Advertisment

ପରଲୋକରେ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ୍

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ। ୫୦ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ନିଶିକାନ୍ତଙ୍କ ପରଲୋକ ନେଇ ରିତେଶ ଦେଶମୁଖ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିଶିକାନ୍ତଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛି ଦିନ ହେବ ନିଶିକାନ୍ତଙ୍କ ଦେହାନ୍ତ ନେଇ ଗୁବତ ପ୍ରକାଶ ପାଇଥିଲା। ଯାହା ପରେ ରିତେଶ ଏହାକୁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ପରଲୋକରେ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ୍

nishikant

ମୁମ୍ବାଇ: ପରଲୋକରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିଶିକାନ୍ତ କମାତ। ୫୦ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ନିଶିକାନ୍ତଙ୍କ ପରଲୋକ ନେଇ ରିତେଶ ଦେଶମୁଖ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିଶିକାନ୍ତଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Advertisment

କିଛି ଦିନ ହେବ ନିଶିକାନ୍ତଙ୍କ ଦେହାନ୍ତ ନେଇ ଗୁବତ ପ୍ରକାଶ ପାଇଥିଲା। ଯାହା ପରେ ରିତେଶ ଏହାକୁ ଖଣ୍ଡନ କରିଥିଲେ। ରିତେଶ ଟ୍ୱିଟ୍ କରି କହିଥିଲେ ଯେ ନିଶିକାନ୍ତ ଏବେ ଜୀବିତ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମାତ୍ର ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

ନିଶିକାନ୍ତ 'ଦୃଶ୍ୟମ' ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ, ଯେଉଁଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିଶିକାନ୍ତଙ୍କ ପରଲୋକରେ ଅଜୟ ଦେବଗନ୍ ଶୋକବ୍ୟକ୍ତ କରିଛନ୍ତି। ନିଶିକାନ୍ତ ଉଭୟ ଅଭିନେତା ଓ ନିର୍ଦ୍ଦେଶକ ଭୂମିକା ବହନ କରୁଥିଲେ। ସେ ଜନ୍ ଆବ୍ରାହମଙ୍କ ଫିଲ୍ମ 'ରକି ହ୍ୟାଣ୍ଡସମ୍'ରେ ଭିଲେନ୍ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଫିଲ୍ମରେ ତାଙ୍କ ଆକ୍ଟିଂକୁ ଖୁବ୍ ପ୍ରଶଂସା ମଧ୍ୟ ମିଳିଥିଲା। ଏହା ସହ ସେ ସୁପରହିରୋ ଅନୀଲ କାପୁରଙ୍କ ପୁଅ ହର୍ଷବର୍ଦ୍ଧନ କାପୁରଙ୍କ ସହ ମଧ୍ୟ କାମ କରିଛନ୍ତି।

Advertisment

୨୦୦୮ରେ 'ମୁମ୍ବାଇ ମେରି ଜାନ୍'ର ଡାଇରେକ୍ଟର ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମକୁ ବକ୍ସ ଅଫିସରେ ଭଲ ରେସପନ୍ସ ମିଳିଥିଲା ଏବଂ ନିଜର ରିୟଲିଷ୍ଟିଙ୍ଗ୍ ଷ୍ଟୋରୀଟେଲିଂ ପାଇଁ ତାଙ୍କ ନିର୍ଦ୍ଦେଶନାର ଖୁବ୍ ପ୍ରଶଂସା କରାଯାଇଥିଲା। ନିଶିକାନ୍ତ ସର୍ବଦା ସାମାଜିକ ଦୃଷ୍ଟିକୋଣକୁ ନେଇ ଫିଲ୍ମ ନିର୍ମାଣ କରନ୍ତି ଏବଂ ଏଥିପାଇଁ ସେ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ହାସଲ କରିସାରିଛନ୍ତି। ସେ ନିଜର ପରବର୍ତ୍ତୀ ଫିଲ୍ମ 'ଦରବଦର' ପାଇଁ ପ୍ରସ୍ତୁତି କରୁଥିଲେ। ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହେବା ପାଇଁ ଧାର୍ଯ୍ୟ ହୋଇଥିଲା।

Advertisment
Advertisment