Advertisment

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ଆଭେଞ୍ଜର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି। ଗୀତର ଟିଜର୍‌ ଏବେ ସୋସିଆଲ ମିଡିଆରେ ଧମାଲ୍‌ ମଚେଇବାରେ ଲାଗିଛି। ଏହି ଗୀତଟିକୁ ଡିଜନି+ ହଟଷ୍ଟାର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓରେ ସୁଶାନ୍ତ ସିଂ ଡ୍ୟାନ୍ସକରି ଷ୍ଟେଜ୍‌ ଉପରକୁ ଏଣ୍ଟ୍ରି କରୁଛନ୍ତି।  ସୁଶାନ୍ତଙ୍କ ଷ୍ଟାଇଲିସ୍‌ ଲୁକ୍‌ ଓ ନିଆର ଅନ୍ଦାଜ ପାଇଁ […]

author-image
Mahasweta Baral
ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

susantaiii

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ଆଭେଞ୍ଜର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି। ଗୀତର ଟିଜର୍‌ ଏବେ ସୋସିଆଲ ମିଡିଆରେ ଧମାଲ୍‌ ମଚେଇବାରେ ଲାଗିଛି। ଏହି ଗୀତଟିକୁ ଡିଜନି+ ହଟଷ୍ଟାର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓରେ ସୁଶାନ୍ତ ସିଂ ଡ୍ୟାନ୍ସକରି ଷ୍ଟେଜ୍‌ ଉପରକୁ ଏଣ୍ଟ୍ରି କରୁଛନ୍ତି।  ସୁଶାନ୍ତଙ୍କ ଷ୍ଟାଇଲିସ୍‌ ଲୁକ୍‌ ଓ ନିଆର ଅନ୍ଦାଜ ପାଇଁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

Advertisment

‘ଦିଲ୍‌ ବେଚାରା’ ଗୀତର ଟିଜରକୁ ଡିଜନି+ ହଟଷ୍ଟାର ନିଜ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି,‘ ଭିଡିଓରେ ସୁଶାନ୍ତଙ୍କ ଡ୍ୟାନ୍ସ ଜବରଦସ୍ତ ଲାଗୁଛି। ଏହି ଗୀତଟି ଆସନ୍ତାକାଲି ରିଲିଜ ହେବ। ତେବେ ଗୀତଟିର ଟିଜର୍‌ ପ୍ରଶଂସକମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି।

Advertisment

ସୁଶାନ୍ତଙ୍କର ଏହି ଶେଷ ଫିଲ୍ମଟି OTT ପ୍ଲାଟଫର୍ମ ହଟଷ୍ଟାର ଡିଜନିରେ ରିଲିଜ୍‌ କରାଯିବ। ଫିଲ୍ମରେ ଦୁଇ କ୍ୟାନସର ରୋଗୀଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଜନ୍‌ ଗ୍ରୀନ୍‌ଙ୍କ ଉପନ୍ୟାସ‘The fault in our stars'’ ଉପରେ ଅଧାରିତ ହୋଇଛି। ଫିଲ୍ମରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜନା ସାଘିଂ ନଜର ଆସିବେ।

ସୂଚନାଥାଉକି, ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା। ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ୍ୟୁ ରହସ୍ୟ ନେଇ ପୁଲିସ୍‌ ଏବେ ଖୋଳତାଡ଼ ଚଳାଇଛି।

Advertisment
Advertisment