/odishatv-khabar/media/post_attachments/uploadimage/library/16_9/16_9_0/a-4_1626258785.jpg)
a
ମୁମ୍ବାଇ: କରୋନା ଭାଇରସ୍ର ଦ୍ୱିତୀୟ ଲହର ଏବେ ଦେଶସାରା ଦେଖାଦେଇଛି। ଏଭଳି ସଂକଟଜନକ ପରିସ୍ଥିତିରେ ସରକାର ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ଜନତାଙ୍କୁ ଶାନ୍ତ ରହିବା ନେଇ କହୁଥିବା ବେଳେ ବିଭିନ୍ନ ହେଲ୍ଥ୍ ଟିପ୍ସ ଦେଉଥିବା ଦେଖାଯାଏ। ଏହି ଦୌଡରେ ବର୍ତ୍ତମାନ ଦୀପିକା ପାଦୁକୋଣ ଯୋଡି ହୋଇଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଶ୍ୱାସ ଉପରେ ନିୟନ୍ତ୍ରଣ ରଖିବା ନେଇ ସେ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି।
/odishatv-khabar/media/post_attachments/wp-content/uploads/2021/04/c-2.jpg)
ଦୀପିକା ପାଦୁକୋଣ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା ବେଳେ ତାଙ୍କ ଫ୍ୟାନ୍-ଫଲୋର୍ସଙ୍କ ସଂଖ୍ୟା ମଧ୍ୟ ଖୁବ ବଡ। ଦୀପିକା ପ୍ରାୟ ସମୟରେ ନିଜର ଫଟୋ ସେଆର୍ କରିବା ସହିତ ଲୋକମାନଙ୍କ ସହିତ ସବୁବେଳେ ଜଡିତ ରହୁଥିବା ଜଣାଯାଏ। ନିକଟରେ ସେ ତାଙ୍କର ୱାର୍କଆଉଟ୍ ଫଟୋ ସେଆର୍ କରିଛନ୍ତି ଯେଉଁଥିରେ ସେ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି।
/odishatv-khabar/media/post_attachments/wp-content/uploads/2021/04/b-2.jpg)
ୱାର୍କଆଉଟ୍ ପରେ ଉଠିଥିବା ଏହି ଫଟୋକୁ ଦୀପିକା ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଛାଡିଛନ୍ତି। ଏହି ଫଟୋରେ ଦୀପିକା ୱାର୍କଆଉଟ୍ ଆଉଟ୍ଫିଟ୍ରେ ତଳେ ବସିଥିବା ଦେଖାଯାଏ। ଦୁଇଟି ଫଟୋରେ ସେ ତଳକୁ ମୁହଁ ପୋତି ବସିଥିବା ବେଳେ ଆଉ ଏକ ଫଟୋରେ ସେ ହସ ହସ ମୁହଁରେ ଉପରକୁ ଚାହିଁଥିବା ଦେଖାଯାଏ। ୱାର୍କଆଉଟ୍ ପରର ଗ୍ଲୋ ତାଙ୍କ ଚେହେରାରେ ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋକୁ ସେଆର୍ କରି ଦୀପିକା ଲେଖିଛନ୍ତି ଯେ, “ବ୍ରିଦ୍”
/odishatv-khabar/media/post_attachments/wp-content/uploads/2021/04/Untitled-1-7.jpg)
ଦୀପିକା ଫଟୋ କ୍ରେଡିଟ୍ ବିଷୟରେ ମତ ରଖିବାକୁ ଯାଇ କହିଛନ୍ତି, ତାଙ୍କର ଏହି ଫଟୋ ଡାଇରେକ୍ଟର ଶକୁନ୍ ବତ୍ରା ଉଠେଇଛନ୍ତି। ଫଟୋକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିବା ସହ ରଣବୀର ସିଂହ ମଧ୍ୟ କମେଣ୍ଟ କରି ହାର୍ଟ ଇମୋଜି ସେଆର୍ କରିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଫଟୋ ଉପରେ ମନ୍ତବ୍ୟ ରଖିଛନ୍ତି।
/odishatv-khabar/media/post_attachments/wp-content/uploads/2021/04/f-2.jpg)
ଏହା ପୂର୍ବରୁ ଦୀପିକା ତାଙ୍କ ପିଲାଦିନର ଏକ କୌତୁକିଆ ଫଟୋ ମଧ୍ୟ ସେଆର କରିଥିଲେ। ଏହି ଫଟୋରେ ସେ ନିଜକୁ ନିଜେ ଗୁଡ୍ଡୀ ବୋଲି କହିଛନ୍ତି। ଏହି ଫଟୋରେ ସେ ଲେଖିଛନ୍ତି, “ଇନ୍ଦିରାନଗରର ମୁଁ ଗୁଡ୍ଡୀ”। ଏହି ଫଟୋ ତାଙ୍କ ମା’ ଉଜାଲା ପାଦୁକୋଣ ଉଠାଇଥିବା ସେ କୁହନ୍ତି। ଏହି ଫଟୋରେ ଦୀପିକା କ୍ୟାମେରାକୁ ଚାହିଁ ମୁରୁକି ହସୁଥିବା ଦେଖାଯାଏ।
ଯଦି ଦୀପିକାଙ୍କା ବଲିଉଡ୍ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଏ ତେବେ ତାଙ୍କୁ ପୂର୍ବରୁ ‘ଛପାକ୍’ରେ ଦେଖିବାକୁ ମିଳିଥିଲା। ଏହି ସିନେମା ୨୦୨୦ ଜାନୁଆରୀ ୧୦ରେ ରିଲିଜ୍ ହୋଇଥିଲା। ଏବେ ଦୀପିକା କବୀର୍ ଖାନ୍ଙ୍କ ନିର୍ଦ୍ଦେଶିତ ସିନେମା ‘୮୩’ରେ ନଜର ଆସିବେ। ୧୯୮୩ର କ୍ରିକେଟ୍ ୱାର୍ଲ୍ଡକପ୍ରେ ଭାରତର ବିଜୟ ଉପରେ ଆଧାରିତ ଏହି ସିନେମାରେ ରଣବୀର ସିଂହ କପିଳ ଦେବଙ୍କ ଭୂମିକାରେ ଆସୁଥିବା ବେଳେ ଦୀପିକା ତାଙ୍କ ପତ୍ନୀ ରୋମୀ ଦେବଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ।
/odishatv-khabar/media/post_attachments/wp-content/uploads/2021/04/d-1.jpg)
ଏହାଛଡା ଦୀପିକା ଶକୁନ୍ ବତ୍ରାଙ୍କ ନିର୍ଦ୍ଦେଶନାରେ ଅନ୍ୟ ଏକ ସିନେମାରେ କାମ କରୁଥିବା ବେଳେ ସେ ସିନେମାର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ରଖାଯାଇନି। ଏହି ସିନେମାରେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ। ଏହା ସହିତ ଦୀପିକା, ହଲିଉଡ୍ ଫିଲ୍ମ ‘ଦ ଇଣ୍ଟର୍ନ’ର ହିନ୍ଦି ରିମେକ୍ରେ ମଧ୍ୟ ଅମିତାଭ ବଚ୍ଚନଙ୍କ ସହିତ କାମ କରୁଥିବା ବେଳେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସର୍କସ’ରେ ମଧ୍ୟ ନଜରକୁ ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)