Advertisment

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କର ରହିଛି ମନରେଗା ଜବ କାର୍ଡ। ଏ ଦୁହିଁଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଦୀପିକା ଏବଂ ଜ୍ୟାକ୍‌ଲିନ୍‌ଙ୍କ ସମେତ ଅନ୍ୟ ବଲିଉଡ୍‌ କଲାକାରଙ୍କ ଫଟୋ ଲଗାଇ ଏଠାକାର ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ଟଙ୍କା ହଡପ୍‌ କରୁଥିବା ଜଣାପଡିଛି। ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବା ଜିଲ୍ଲା ପଞ୍ଚାୟତ […]

author-image
Otv Khabar Bureau
ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

deepika

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କର ରହିଛି ମନରେଗା ଜବ କାର୍ଡ। ଏ ଦୁହିଁଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଦୀପିକା ଏବଂ ଜ୍ୟାକ୍‌ଲିନ୍‌ଙ୍କ ସମେତ ଅନ୍ୟ ବଲିଉଡ୍‌ କଲାକାରଙ୍କ ଫଟୋ ଲଗାଇ ଏଠାକାର ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ଟଙ୍କା ହଡପ୍‌ କରୁଥିବା ଜଣାପଡିଛି।

Advertisment

ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବା ଜିଲ୍ଲା ପଞ୍ଚାୟତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ବେନାଲଙ୍କ କହିବା ଅନୁଯାୟୀ, ଏହା ଏକ ଘୋଟାଲା। ଏଭଳି କାର୍ଯ୍ୟ ପାଇଁ ପ୍ରଥମେ ପିପାରଖେଡା ନାକା ଗାଁର ପଞ୍ଚାୟତ ସଚିବ ମୋଜିଲାଲ ସେନାନୀଙ୍କୁ ନିଲମ୍ବିତ କରିଦିଆଯାଇଛି।

ସେପଟେ ପଞ୍ଚାୟତ ସଚିବ ଗାଁ ଲୋକଙ୍କ ନାଁ ରଖିବା ସହ ବଲିଉଡ ଅଭିନେତ୍ରୀଙ୍କ ଫଟୋ ଲଗାଇ ମନରେଗା ଜବ କାର୍ଡ କରିଥିବା ନେଇ ଗାଁ ଲୋକ କୌଣସି ଖବର ପାଇନାହାନ୍ତି। ଜାଲିଆତି କରି ପଞ୍ଚାୟତ ସଚିବ ୧୧ଟି ମନରେଗା ଜବ କାର୍ଡ କରି ସେହି କାର୍ଡରେ ଦେଇଥିବା ଆକାଉଣ୍ଟକୁ ପଇସା ପଠେଇ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ଏ ସମ୍ପର୍କରେ ଅଧିକ ତଦନ୍ତ ହେଉଛି।

Advertisment

ସେପଟେ ଏହି ଖବର ପ୍ରକାଶ ପାଇବା ପରେ ଲୋକମାନେ ଦୀପିକାଙ୍କର ଏହି ଫଟୋ ନେଇ ଦୀପିକାଙ୍କର ମନରେଗା ଜବ୍‌ କାର୍ଡ ଅଛି। କଣ ସେ ଏ ସମ୍ପର୍କରେ ଜାଣିଛନ୍ତି ଲେଖି ଟ୍ୱିଟରରେ ଦୀପିକାଙ୍କୁ ଟ୍ୟାଗ୍‌ କରିଛନ୍ତି।

Advertisment
Advertisment