/odishatv-khabar/media/post_attachments/uploadimage/library/16_9/16_9_0/Chhapaak-Trailer-Released_1626687092.jpg)
Chhapaak-Trailer-Released
ଏସିଡ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିବାଦର ବହ୍ନି। ରାଜରାସ୍ତାରେ ପୁଲିସ ସହ ଲଢେଇ ଆଉ ବିକ୍ଷୋଭକାରୀଙ୍କ ଉପରେ ଲାଠି ଚାର୍ଜ ଓ ପାଣି ମାଡ଼। ଏଭଳି ଢଙ୍ଗରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍’ର ଟ୍ରେଲର ।
ସତ ଘଟଣା ଉପରେ ଆଧାରିତ ଜଣେ ଏସିଡ ପୀଡିତାଙ୍କ ଜୀବନ ସଂଘର୍ଷ କାହାଣୀକୁ ନେଇ ପରଦାକୁ ଆସିବ ବଲିଉଡ ଅପକମିଙ୍ଗ ଫିଲ୍ମ ‘ଛପାକ୍’। ଯାହାର ଟ୍ରେଲର ଆଜି ରିଲିଜ ହୋଇଛି । ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀକୁ ନେଇ ଫିଲ୍ମ ‘ଛପାକ୍’ ର କାହାଣୀ। ଯୁବତୀଙ୍କ ଉପରେ ହୋଇଥିବା ଏସିଡ ଆଟାକ୍ର ଭୟାବହତା ଓ ପୀଡିତାଙ୍କ ପରବର୍ତ୍ତୀ ଜୀବନ କେତେ ସଂଘର୍ଷପୂର୍ଣ୍ଣ ଫିଲ୍ମରେ ଚିତ୍ରଣ କରାଯାଇଛି। ଫିଲ୍ମରେ କୋର୍ଟ ରୁମ୍ ଡ୍ରାମା ସହ ପୁଲିସର ତଦନ୍ତ କରିବା ପ୍ରକ୍ରିୟା ମୁଖ୍ୟ ଆକର୍ଷଣ ହୋଇଛି । ମୁଖ୍ୟ ଭୂମିକାରେ ଥିବା ଦୀପିକା ପାଦୁକୋନ୍ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ୱାଲଙ୍କ ଭୂମିକାରେ ନଜର ଆସିଛନ୍ତି । ୨ ମିନିଟ୍ ୧୯ ସେକେଣ୍ଡର ଟ୍ରେଲରରେ ପୀଡିତା କେମିତି ନ୍ୟାୟ ପାଇଁ ସଂଘର୍ଷ କରିଛନ୍ତି ଦେଖିବାକୁ ମିଳିଛି।
ଦୀପିକାଙ୍କ ଜବରଦସ୍ତ ଆକ୍ଟିଂ ସହ ମେକଅପ୍ ଫିଲ୍ମର କାହାଣୀକୁ ଅଧିକ ଜୀବନ୍ତ କରିଛି। ଏସିଡ ପୀଡିତାଙ୍କ ଭଳି ଦେଖା ଯିବା ପାଇଁ ତାଙ୍କୁ ୩ ଘଣ୍ଟା ଧରି ମେକଅପ୍ କରିବାକୁ ପଡୁଥିଲା । ବାହାଘର ପରେ ପ୍ରାୟ ଦୁଇ ବର୍ଷ ପରେ ସିଲଭର ସ୍କ୍ରିନ୍କୁ ରିଟର୍ଣ୍ଣ କରୁଛନ୍ତି ଦୀପିକା। ଆସନ୍ତା ଜାନୁଆରୀ ୧୦ରେ ପରଦାକୁ ଆସିବ ‘ଛପାକ୍’ । ଦୀପିକାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଭିକ୍ରାନ୍ତ ମେସି । ଭିକ୍ରାନ୍ତ ଫିଲ୍ମରେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଛନ୍ତି । ଫୋକ୍ସ ଷ୍ଟାର ବ୍ୟାନରରେ ନିର୍ମିତ ଛପାକ୍ର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର । ରିଜିଜ ପରେ ଟ୍ରେଲରକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି।
ଲକ୍ଷ୍ମୀ ଅଗ୍ରଓ୍ୱାଲ ଜଣେ ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳା । ଜଣଙ୍କୁ ବାହା ହେବାକୁ ମନା କରିବାରୁ ୨୦୦୫ରେ ତାଙ୍କ ଉପରକୁ ଏସିଡ ଆକ୍ରମଣ ହୋଇଥିଲା। ଯାହା ଫଳରେ ତାଙ୍କର ସମ୍ପୂର୍ଣ୍ଣ ମୁହଁଟି ଏସିଡ୍ରେ ପୋଡ଼ି ଯାଇଥିଲା। ତେବେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବା ସହ ଦୋକାନରେ ଏସିଡ ବିକ୍ରିକୁ ନେଇ ସଂଘର୍ଷ କରିଥିଲେ ଲକ୍ଷ୍ମୀ । ତାଙ୍କର ଦୃଢ ଇଚ୍ଛା ଶକ୍ତି କେବଳ ଯେ ତାଙ୍କୁ କେବଳ ନ୍ୟାୟ ପ୍ରଦାନ କରିନଥିଲା, ଦୋକାନରେ ଏସିଡ ଓ କେମିକାଲ ବିକ୍ରି କରିବାକୁ ନେଇ ଆଇନ ମଧ୍ୟ ଆସିଥିଲା ।
ଦେଖନ୍ତୁ ଭିଡ଼ିଓ -
: ୟୁଟ୍ୟୁବ୍)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)