/odishatv-khabar/media/post_attachments/uploadimage/library/16_9/16_9_0/nirma_1626689313.jpg)
nirma
ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ବିବାଦ ଘେରକୁ ଆସିଛନ୍ତି। ଗୋଟେପଟେ ଟ୍ୱିଟର୍ରେ ତାଙ୍କର ଏବିଭିପି ପତାକା ଧରିଥିବା ଫଟୋକୁ ନେଇ ସମାଲୋଚନା କରାଯାଉଥିବାବେଳେ ଏବେ ଆଉ ଏକ ମାମଲାରେ ସେ ଫସିଯାଇଛନ୍ତି। ଏକ ୱାଶିଂପାଉଡର୍ର ବିଜ୍ଞାପନ ପାଇଁ ସେ ଏବେ ବିବାଦ ଘେରକୁ ଆସିଯାଇଛନ୍ତି। ତାଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି ଯେ ସେ ଏହି ବିଜ୍ଞାପନରେ ମରାଠା ଯୋଦ୍ଧାଙ୍କର ଅପମାନ କରିଛନ୍ତି।
Apology should be rendered soon, or else movies of Akshay Kumar will be boycotted and so will Nirma products #BoycottNirmahttps://t.co/OzlqK17N8z
— Aditi P S (@AditiSukhtankar) January 8, 2020
ସୂଚନା ଅନୁଯାୟୀ, ଅକ୍ଷୟଙ୍କ ବିରୁଦ୍ଧରେ ମୁମ୍ବାଇର ବର୍ଲି ପୁଲିସ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଏହି ବିଜ୍ଞାପନରେ ଅକ୍ଷୟ ମରାଠା ସଂସ୍କୃତିର ଅପମାନ କରିଛନ୍ତି ଓ ଲୋକଙ୍କ ଭାବନାକୁ ଆଘାତ କରିଛନ୍ତି। ସୋଶାଲ୍ ମିଡିଆରେ ମଧ୍ୟ ଅକ୍ଷୟଙ୍କୁ ଟ୍ରୋଲ୍ କରାଯାଉଛି। ସମସ୍ତେ ଏହାକୁ ଏକ ବାଜେ ବିଜ୍ଞାପନ ବୋଲି କହିଛନ୍ତି। ଏଥିସହ ବିଜ୍ଞାପନ ତିଆରି କରିଥିବା କମ୍ପାନୀ ‘ନିର୍ମା ’କୁ ମଧ୍ୟ ସମାଲୋଚନା କରିଛନ୍ତି। ଟ୍ୱିଟର୍ରେ #BoycottNirma ଟ୍ରେଣ୍ଡ୍ କରୁଛି।
#BoycottNirmapic.twitter.com/qxhEITw50T
— Amith K V (@Amith41021742) January 8, 2020
Ban this Nirma add. Cheapness has a limit, you crossed it. @akshaykumar
Maratha warriors has done things none of us could ever. How could you do this? #BoycottNirma— Srishti Saini (@srishtisaini_) January 8, 2020
ଏହି ବିଜ୍ଞାପନରେ ଅକ୍ଷୟ ଯିଏ କି ଜଣେ ମରାଠା ଶାସକ ଭୂମିକାରେ ଅଭିନୟ କରିଛନ୍ତି, ଯୁଦ୍ଧ ଜିତି ଫେରୁଛନ୍ତି। ଆଉ ସେନାବାହିନୀଙ୍କୁ ବିଜୟର ଖୁସି ମନାଇବା ପାଇଁ କହୁଛନ୍ତି। ହେଲେ ଜଣେ ସେନାଙ୍କ ପତ୍ନୀ ସମସ୍ତଙ୍କ ପୋଷାକ ମଇଳା ହୋଇଥିବା ଦେଖି କଟାକ୍ଷ କରୁଛନ୍ତି। ଆଉ ତା ପରେ ନିଜେ ଅକ୍ଷୟ ନାଚି ନାଚି ଲୁଗା ସଫା କରୁଛନ୍ତି। ତେବେ ଜଣେ ମରାଠା ସମ୍ରାଟଙ୍କର ପରଦାରେ ଏଭଳି ପ୍ରତିଛବି ଦେଖାଇଥିବାରୁ ଦର୍ଶକ ଏହାର କଡ଼ା ନିନ୍ଦା କରିଛନ୍ତି। ଏଭଳି ବିଜ୍ଞାପନ କରିଥିବାରୁ ଅକ୍ଷୟଙ୍କର କ୍ଷମା ମାଗିବା ଉଚିତ୍ ବୋଲି ସମସ୍ତେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)