Advertisment

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ଏକ ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ହାଜର ହୋଇଥିଲେ। ଥାନାରେ ଭଂସାଲିଙ୍କୁ ପାଖାପାଖି ୨ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ତାଙ୍କୁ ପ୍ରାୟ ୩୦ରୁ ୩୫ ଟି ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ସୁଶାନ୍ତଙ୍କୁ ମୁଁ ଫିଲ୍ମ ପାଇଁ ୪ଥର ଅଫର ଦେଇଥିଲି। ‘ରାମଲୀଲା’ ଓ ‘ବାଜିରାଓ ମସ୍ତାନୀ’ ଫିଲ୍ମ ପାଇଁ ସୁଶାନ୍ତଙ୍କୁ […]

author-image
Mahasweta Baral
ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

susanta

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ଏକ ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ହାଜର ହୋଇଥିଲେ। ଥାନାରେ ଭଂସାଲିଙ୍କୁ ପାଖାପାଖି ୨ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ତାଙ୍କୁ ପ୍ରାୟ ୩୦ରୁ ୩୫ ଟି ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ସୁଶାନ୍ତଙ୍କୁ ମୁଁ ଫିଲ୍ମ ପାଇଁ ୪ଥର ଅଫର ଦେଇଥିଲି। ‘ରାମଲୀଲା’ ଓ ‘ବାଜିରାଓ ମସ୍ତାନୀ’ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଅଫର୍‌ କରିଥିଲି । କିନ୍ତୁ ସୁଶାନ୍ତ ସେହି ସମୟରେ ୟଶରାଜ ବ୍ୟାନର ଫିଲ୍ମରେ ବ୍ୟସ୍ତ ଥିଲେ। ତାଙ୍କ ପାଖରେ ସମୟ ନଥିଲା। ତା’ପର ଠାରୁ କେବେ ବି ସୁଶାନ୍ତଙ୍କ ପାଖକୁ ଯାଇନି ବୋଲି ଭଂସାଲି ପୋଲିସକୁ ସ୍ପଷ୍ଟ ସୂଚନା ଦେଇଥିଲେ।publive-image

Advertisment

ଭଂସାଲିଙ୍କ କହିବା ଅନୁଯାୟୀ, ମୁଁ ସୁଶାନ୍ତଙ୍କୁ କୌଣସି ଫିଲ୍ମରୁ ଡ୍ରପ୍‌ କରିନି। ୨୦୧୨ରେ ‘ସରସ୍ୱତୀ ଚନ୍ଦ୍ର’ ନାମକ ଏକ ସିରିଏଲ ସୁଟିଂ ସମୟରେ ମୁଁ ସୁଶାନ୍ତଙ୍କୁ ଭେଟିଥିଲି। ସୁଶାନ୍ତଙ୍କ ଅଭିନୟ ଦକ୍ଷତାରେ ମୁଁ ପ୍ରଭାବିତ ଥିଲି। ପରେ ୨୦୧୩ରେ ‘ରାମଲୀଲା’ ଓ ୨୦୧୫ରେ ‘ବାଜିରାଓ ମସ୍ତାନୀ’ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଅଫର୍‌ ଦେଇଥିଲି। କିନ୍ତୁ ସେ ୟଶରାଜ ଫିଲ୍ମରେ ବ୍ୟସ୍ତ ଥିଲେ।

ଭଂସାଲି ଆହୁରି ମଧ୍ୟ କହିଛନ୍ତି ଯେ ‘ଜଣେ ନିର୍ଦ୍ଦେଶକ ଭାବରେ ମୁଁ ମୋର ପ୍ରୋଜେକ୍ଟ ପାଇଁ ତାଙ୍କୁ ଅଫ୍‌ର ଦେଇଥିଲି। ସୁଶାନ୍ତ କିନ୍ତୁ ମନା କରିଦେଇଥିଲେ। ତା’ପରଠାରୁ ସୁଶାନ୍ତଙ୍କ ସହିତ ଫିଲ୍ମ ବିଷୟରେ କିଛି କଥାବାର୍ତ୍ତା କରିନଥିଲି। ଅନ୍ୟମାନେ ଯେମିତି ସୁଶାନ୍ତଙ୍କୁ ଫିଲ୍ମ ଅଭିନେତା ଭାବେ ଜାଣିଛନ୍ତି। ମୁଁ ମଧ୍ୟ ସୁଶାନ୍ତଙ୍କୁ ସେମିତି ଜାଣିଛି। କୌଣସି ବ୍ୟକ୍ତିଗତ ସର୍ମ୍ପକ ତାଙ୍କ ସହିତ ମୋର ନାହିଁ।publive-image

Advertisment

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ସଞ୍ଜୟଙ୍କୁ ମିଶାଇ ୨୯ ଜଣ ଲୋକଙ୍କୁ ଜେରା କରିଛି ମୁମ୍ବାଇ ପୁଲିସ୍‌।

ପୂର୍ବରୁ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର ଶାନୋ ଶର୍ମାଙ୍କୁ ମଧ୍ୟ ପୁଲିସ୍‌ ପଚରାଉଚରା କରି ସାରିଛି। ୟଶରାଜ ଫିଲ୍ମର କିଛି ଚଳଚ୍ଚିତ୍ର ପାଇଁ ସୁଶାନ୍ତ ଚୁକ୍ତି କରିଥିଲା। ହେଲେ ପରେ ଏହାକୁ ବାତିଲ କରିଥିବା ନେଇ ଖବର ଆସିଥିଲା,  ଯାହାକୁ ନେଇ ବିଷାଦରେ ଥିଲେ ସୁଶାନ୍ତ।  ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଥିଲା। ଏହାପୂର୍ବରୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିଥିଲା ପୁଲିସ୍‌।

ସୂଚନାଥାଉକି, ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା। ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ୍ୟୁ ରହସ୍ୟ ନେଇ ପୁଲିସ୍‌ ଏବେ ଖୋଳତାଡ଼ ଚଳାଇଛି।

Advertisment
Advertisment