/odishatv-khabar/media/post_attachments/uploadimage/library/16_9/16_9_0/susanta_1626697441.jpg)
susanta.C
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଭିନେତା ଶେଖର ସୁମନ। ସୁଶାନ୍ତଙ୍କ ବିୟୋଗରେ ଶେଖର ସୁମନ ନିଜ ଟ୍ୱିଟ୍ରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶେଖର କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ଏନେଇ ଶେଖର ଏକ ଫୋରମ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ସରକାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ(CBI) ତଦନ୍ତ ଦାବି କରିବେ।
ଖବର ଅନୁଯାୟୀ, ଶେଖର ସୁମନ ହେଉଛନ୍ତି ବିହାରର ବାସିନ୍ଦା। ମୃତ ସୁଶାନ୍ତ ମଧ୍ୟ ବିହାର ବାସିନ୍ଦା ଥିଲେ। ତାଙ୍କ ମୃତ୍ୟୁକୁ ନେଇ ଶେଖର ଟ୍ୱିଟ୍ କରି କହିଛନ୍ତି ଯେ ସୁଶାନ୍ତଙ୍କ ପରି ନିଷ୍ଠାପର ତଥା ବୁଦ୍ଧିମାନ ବ୍ୟକ୍ତି ଆତ୍ମହତ୍ୟା କରିଥିବେ, ଯାହାକୁ ମୁଁ ବିଶ୍ୱାସ କରିପାରୁନାହିଁ।
ଶେଖର ତାଙ୍କ ଟ୍ୱିଟ୍ରେ ଆହୁରି ମଧ୍ୟ କହିଛନ୍ତି, ‘ଯାହା ଆମେ ଦେଖିଛେ କଥାଟା ତାହାଠାରୁ ଆହୁରି ଗଭୀର। ସେ #justiceforSushantforum (ଜଷ୍ଟିସ୍ ଫର୍ ସୁଶାନ୍ତଫୋରମ୍) ନାମକ ଏକ ଫୋରମ୍ ଗଠନ କରିଛନ୍ତି। ଯାହାଦ୍ୱାରାକି ସରକାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିବେ। ଫଳରେ ଇଣ୍ଡଷ୍ଟ୍ରିଟିରେ ହେଉଥିବା ଗ୍ୟାଙ୍ଗବାଜି ବନ୍ଦ ହେବାସହିତ ମାଫିଆଙ୍କୁ ହଟାଯିବ। ଶେଖର ଏନେଇ ସମସ୍ତଙ୍କ ସମର୍ଥନ ମାଗିଛନ୍ତି।
ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)