Advertisment

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ମୁମ୍ବାଇ: ବଲିଉଡରେ ଡ୍ରଗସ ଲିଙ୍କ୍ ମାମଲାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ମୁମ୍ବାଇରେ ପ୍ରବଳ ବର୍ଷା ପରେ ବି ଆଜି ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ଖୋଳତାଡ଼ ହୋଇଛି। ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରିଛି ଏନସିବି। KWAN କମ୍ପାନୀ ସହ ଏବେ ମଧୁ କାମ କରୁଛନ୍ତି। ଏହି କମ୍ପାନୀର ହିଁ କର୍ମଚାରୀ ହେଉଛନ୍ତି କରିଶ୍ମା ଓ ଜୟା ଶାହ। ଏହି ଦୁଇ ଜଣଙ୍କ ମୋବାଇଲରୁ ସନ୍ଦେହଜନକ ଡ୍ରଗ୍ସ ଚାର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ […]

author-image
Ranjeet Kumar Jena
ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

madhu

ମୁମ୍ବାଇ: ବଲିଉଡରେ ଡ୍ରଗସ ଲିଙ୍କ୍ ମାମଲାରେ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ମୁମ୍ବାଇରେ ପ୍ରବଳ ବର୍ଷା ପରେ ବି ଆଜି ଡ୍ରଗ୍ସ ଲିଙ୍କ୍ ମାମଲାକୁ ନେଇ ଖୋଳତାଡ଼ ହୋଇଛି। ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରିଛି ଏନସିବି। KWAN କମ୍ପାନୀ ସହ ଏବେ ମଧୁ କାମ କରୁଛନ୍ତି। ଏହି କମ୍ପାନୀର ହିଁ କର୍ମଚାରୀ ହେଉଛନ୍ତି କରିଶ୍ମା ଓ ଜୟା ଶାହ।

Advertisment

ଏହି ଦୁଇ ଜଣଙ୍କ ମୋବାଇଲରୁ ସନ୍ଦେହଜନକ ଡ୍ରଗ୍ସ ଚାର୍ଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି। ଅଭିଯୋଗ ଅନୁସାରେ KWAN କମ୍ପାନୀର କିଛି କର୍ମଚାରୀଙ୍କ ଦ୍ୱାରା ଡ୍ରଗ୍ସ ବେପାର ପରିଚାଳିତ ହେଉଥିଲା। ତେଣୁ କମ୍ପାନୀ ସିଇଓ ଧ୍ରୁବ ଚିଟଗୋପେକରଙ୍କୁ ସମନ୍ କରିଛି ଏନସିବି।

ଏହାପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ, ସାରା ଅଲ୍ଲି ଖାନ୍, ଶ୍ରଦ୍ଧା କପୁର, ରକୁଲ୍ ପ୍ରୀତଙ୍କୁ ଜେରା କରିବା ନେଇ ଯୋଜନା ରଖିଛି ଏନସିବି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ବମ୍ବେ ହାଇକୋର୍ଟକୁ ଛୁଟି ଘୋଷଣା କରାଯାଇଛି। ଫଳରେ ରିୟା ଓ ଭାଇ ସୌଭିକଙ୍କ ଜାମିନ୍ ଆବେଦନର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି।

Advertisment
Advertisment
Advertisment