/odishatv-khabar/media/post_attachments/uploadimage/library/16_9/16_9_0/prabash_1626698292.jpg)
prabash
ମୁମ୍ୱାଇ: ‘ବାହୁବଳୀ’ ହିରୋ ତଥା ମେଗାଷ୍ଟାର ପ୍ରଭାସଙ୍କ ଏକ ଫିଲ୍ମର ଫାଷ୍ଟଲୁକ୍ ରିଲଜ୍ ହୋଇଛି। ଫିଲ୍ମଟିର ନାଁ ‘ରାଧେ ଶ୍ୟାମ’। ପ୍ରଭାସଙ୍କ ନୂଆ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ପ୍ରଭାସ ସହ ଅଭିନେତ୍ରୀ ପୂଜା ହେଗଡେ ରୋମାନ୍ସ କରୁଥିବା ନଜର ଆସିଛନ୍ତି। UV କ୍ରିଏସନ୍ ପ୍ରଡକ୍ସନ୍ରେ ‘ରାଧେ ଶ୍ୟାମ’ ଫିଲ୍ମଟି ନିର୍ମିତ ହୋଇଛି। ଫିଲ୍ମର ପ୍ରଥମ ଲୁକ୍ ପ୍ରକାଶ ପାଇବା ମାତ୍ରେ ଏହା ଟ୍ୱିଟ୍ରରେ ଏକ ନମ୍ୱର ଟ୍ରେଣ୍ଡରେ ରହିଛି। ହେଭି ବଜେଟ୍ ଖର୍ଚ୍ଚରେ ଏହି ଫିଲ୍ମଟି ଆସନ୍ତାବର୍ଷ ୨୦୨୧ରେ ସିନେମାହଲରେ ମୁକ୍ତିଲାଭ କରିବ।
ଅଭିନେତ୍ରୀ ପୂଜା ହେଗଡେ ଓ ପ୍ରଭାସ ଏହି ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି,‘ ମୋ ଫ୍ୟାନ୍ସମାନେ, ଏହା ଆପଣଙ୍କ ପାଇଁ। ଆଶା କରୁଛି ଏହି ଫିଲ୍ମଟି ଆପଣଙ୍କୁ ପସନ୍ଦ ଆସିବ। ଏହି ପୋଷ୍ଟ ସହିତ ପ୍ରଭାସ #Prabhas20FirstLook #RadheShyam ପରି ହ୍ୟାସଟ୍ୟାଗଗୁଡିକୁ ମଧ୍ୟ ଲେଖିଛନ୍ତି।
ଏହାପୂର୍ବରୁ ପ୍ରଭାସ ହିନ୍ଦୀରେ ଟି-ସିରିଜରେ ନିର୍ମିତ ଶ୍ରଦ୍ଧା କପୁରଙ୍କ ସହ ‘ସାହୋ’ ଫିଲ୍ମରେ ନଜର ଆସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)