Advertisment

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ପୁରା ସହର ମୋତେ ‘ସିଂହ’ ନାଁରେ ଜାଣିଛି। ଏହି ଡାଇଲୋଗ୍‌ ବିଷୟରେ ଆଲୋଚନା ହେବା ସମୟରେ ମନେ ପଡିଯାଆନ୍ତି ଅଭିନେତା ଅଜିତ୍‌ ଖାନ। ହିନ୍ଦୀ ସିନେମାରେ ଅଜିତ ଏମିତି ଜଣେ ଖଳନାୟକ ଯେ ସିନେମାର ହିରୋଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କର ନିଆରା ଏବଂ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଫିଲ୍ମର ଚରିତ୍ର ସହ ବାନ୍ଧିକି ରଖେ। ଅଜିତଙ୍କର ସଂଳାପ କହିବାର ଶୈଳୀ ବି ଅତୁଳନୀୟ ଥିଲା। ପରଦାରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିପାରୁଥିବା ଏହି କଳାକାରଙ୍କର […]

ଅଦ୍ୟତନ ହୋଇଛି
ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

ajit-khan

Advertisment

ମୁମ୍ବାଇ: ପୁରା ସହର ମୋତେ 'ସିଂହ' ନାଁରେ ଜାଣିଛି। ଏହି ଡାଇଲୋଗ୍‌ ବିଷୟରେ ଆଲୋଚନା ହେବା ସମୟରେ ମନେ ପଡିଯାଆନ୍ତି ଅଭିନେତା ଅଜିତ୍‌ ଖାନ। ହିନ୍ଦୀ ସିନେମାରେ ଅଜିତ ଏମିତି ଜଣେ ଖଳନାୟକ ଯେ ସିନେମାର ହିରୋଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କର ନିଆରା ଏବଂ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଫିଲ୍ମର ଚରିତ୍ର ସହ ବାନ୍ଧିକି ରଖେ। ଅଜିତଙ୍କର ସଂଳାପ କହିବାର ଶୈଳୀ ବି ଅତୁଳନୀୟ ଥିଲା। ପରଦାରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିପାରୁଥିବା ଏହି କଳାକାରଙ୍କର ଅଭିନୟର ଯାତ୍ରା କିନ୍ତୁ ଥିଲା ସଂଘର୍ଷମୟ।

Advertisment

ଅଜିତ୍‌ ଖାନ ୨୭ ଜାନୁଆରୀ ୧୯୨୨ ରେ ହାଇଦ୍ରାବାଦର ଗୋଲକୋଣ୍ଡାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନାମ ହମିଦ ଅଲି ଖାନ ଥିଲା। ତାଙ୍କ ବପା ବଶିର ଅଲି ଖାନ ହାଇଦ୍ରାବାଦରେ ନିଜାମଙ୍କ ସେନାରେ କାର୍ଯ୍ୟ କରିଥିଲେ। ସାନ ଭାଇ ୱାହିଦ ଅଲି ଖାନ ଏବଂ ଦୁଇ ଭଉଣୀ ଥିଲେ। ଅଜିତ ତାଙ୍କର ପ୍ରାଥମିକ ଶିକ୍ଷା ୱାରଙ୍ଗାଲ ଜିଲ୍ଲାର ସରକାରୀ ଜୁନିଅର କଲେଜରୁ କରିଥିଲେ।

publive-imageଅଜିତଙ୍କର ପିଲାଦିନରୁ ଅଭିନୟ ପ୍ରତି ଦୁର୍ବଳତା ଥିଲ। ସେ ଯେତେ ବଡ ହେବାରେ ଲାଗିଲେ ତାଙ୍କର ଏହି ଦୁର୍ବଳତା ମଧ୍ୟ ବଢିବାରେ ଲାଗିଲା। ଦିନ ଏମିତି ଆସିଲା ଯେତେବେଳେ ଅଜିତ୍‌ ବହି ବିକ୍ରି କରି ମୁମ୍ବାଇ ଅଭିନୟ କରିବା ପାଇଁ ପଳେଇଲେ। କିନ୍ତୁ ମୁମ୍ବାଇରେ ଅଜିତ୍‌ଙ୍କ ସ୍ୱପ୍ନ ପୂରଣ ହେବା ପାଇଁ ଦୀର୍ଘ ସମୟ ଲାଗିଗଲା। ଏଠାରେ ତାଙ୍କୁ ରହିବାକୁ ଘର ମଧ୍ୟ ମିଳିଲାନି। ଶେଷରେ ସେ ସିମେଣ୍ଟ ପାଇପ୍‌ରେ ରହିଲେ।

Advertisment

publive-imageଧୀରେ ଧୀରେ ସେ ଫିଲ୍ମରେ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କଲେ। ୧୯୪୬ ମସିହାରେ, ତାଙ୍କୁ ହିରୋ ଭୂମିକରେ ଏକ ଫିଲ୍ମ ମିଳିଥିଲା। ଫିଲ୍ମର ନାଁ 'ଶାହ-ଏ-ମିଜର୍‌' ଥିଲା। ଏହି ଫିଲ୍ମରେ ଅଜିତ୍‌ଙ୍କର ଅଭିନୟ ବେଶ୍‌ ଦମ୍‌ଦାର ଥିଲା। ଏହାପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ମିଳିଚାଲିଲା। ନାସ୍ତିକ, ପତଙ୍କ, ବାରାଦାରୀ, ଢୋଲକ, ଜିଦ୍, ସରକାର, ତରଙ୍ଗ, ମୋତି ମହଲ, ସମ୍ରାଟ, ତୀରନ୍ଦାଜ ଭଳି ଚଳଚ୍ଚିତ୍ରରେ ହିରୋ ଭାବରେ ସେ ଅଭିନୟ କରିଥିଲେ। ଅଜିତ ସେହି ସମୟ ମଧ୍ୟରେ ପ୍ରତ୍ୟେକ ଅଭିନେତ୍ରୀଙ୍କ ସହ କାମ କରିଥିଲେ |

୧୯୬୬ରେ ସେ ରାଜେନ୍ଦ୍ର କୁମାରଙ୍କ ନିର୍ଦ୍ଦେଶରେ ଟି.ପ୍ରକାଶରାଓଙ୍କ ଫିଲ୍ମ ସୁରଜରୁ ଖଳନାୟକ ଭୂମିକାରେ ନଜର ଆସିଲେ। ଏହି ଚରିତ୍ରରେ ମଧ୍ୟ ଦର୍ଶକମାନେ ତାଙ୍କୁ ଢେର୍‌ ପସନ୍ଦ କଲେ।

Advertisment

୨୨ ଅକ୍ଟୋବର ୧୯୯୮ ରେ ଅଜିତଙ୍କର ଦେହାନ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ