Advertisment

୧୫ ବର୍ଷ ପରେ ୨ୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଅମୀର ଖାନ

ମୁମ୍ବାଇ: ବଲିଉଡ ଆକ୍ଟର  ଅମିର ଖାନ୍‌ଙ୍କ ବୈବାହିକ ଜୀବନରା ପୁଣି ଫାଟ। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ତଲାକ ଦେଇଛନ୍ତି ଅମୀର ଖାନ୍‌। ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଉଭୟ ଅମୀର-କିରଣ ଏକ ବୟାନରେ ତାଙ୍କ…

ଅଦ୍ୟତନ ହୋଇଛି
୧୫ ବର୍ଷ ପରେ ୨ୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଅମୀର ଖାନ

amir khan

Advertisment

ମୁମ୍ବାଇ: ବଲିଉଡ ଆକ୍ଟର  ଅମିର ଖାନ୍‌ଙ୍କ ବୈବାହିକ ଜୀବନରା ପୁଣି ଫାଟ। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ତଲାକ ଦେଇଛନ୍ତି ଅମୀର ଖାନ୍‌। ବିବାହର ୧୫ ବର୍ଷ ପରେ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଉଭୟ ଅମୀର-କିରଣ ଏକ ବୟାନରେ ତାଙ୍କ ଫ୍ୟାନ୍ସମାନଙ୍କୁ ଏହି ସୂଚନା ଦେଇ  କହିଛନ୍ତି, ଉଭୟେ ତାଙ୍କର ପତି-ପତ୍ନୀ ନୁହେଁ ଅଲଗା ଅଲଗା ବଞ୍ଚିବେ।

Advertisment

ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଅମୀର ଖାନ୍ ଓ ପତ୍ନୀ କିରନ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ୧୫ ବର୍ଷର ବୈବାହିକ ଜୀବନ ପରେ ଉଭୟ ଛାଡ଼ପତ୍ର ଦେଇଛନ୍ତି। ସ୍ୱାମୀ, ସ୍ତ୍ରୀ ସମ୍ପର୍କରେ ତିକ୍ତତା ଆସିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ବିବାହ ବିଚ୍ଛେଦ ଦେଇ ଉଭୟଙ୍କ ପକ୍ଷରୁ ଏକ ସୂଚନା ଜାରି ହୋଇଛି।

ଗତ ୧୫ ବର୍ଷ ଧରି ଉଭୟଙ୍କ ସମ୍ପର୍କ ବେଶ ଖୁସିର ସହ ବିତିଛି। ବିଶ୍ୱାସ, ସମ୍ମାନ ଏବଂ ଭଲ ପାଇବା ଗଲା ୧୫ ବର୍ଷ ଧରି ଥିଲା। ଜୀବନରେ ଏକ ନୂଆ ଅଧ୍ୟାୟ ଉଭୟଙ୍କ ମଧ୍ୟରେ ଆରମ୍ଭ ହେବ।  କିନ୍ତୁ ଏବେ ଆଉ ପତି ପତ୍ନୀ ନୁହେଁ ବରଂ ସହଯୋଗୀ ଭାବେ ରହିବେ।

Advertisment

ଅମୀର କହିଛନ୍ତି, ‘ପୁଅ ଆଜାଦ ପ୍ରତି ଆମେ ସମର୍ପିତ ପିତା-ମାତା ଭାବେ ରହିବୁ। ତା’ର ଲାଳନପାନଳ ଉଭୟେ ମିଶି କରିବୁ। ସେତିକି ନୁହେଁ, ଫିଲ୍ମ, ପାନୀ ଫାଉଣ୍ଡେସନ ଏବଂ ଅନ୍ୟ ଯୋଜନା ଉପରେ ମଧ୍ୟ ସହଯୋଗୀ ଭାବେ କାମ କରିବୁ। ’

ଅମୀର ଓ କିରନ ଏବେ ସହଯୋଗୀ ଭାବେ କାମ କରିବେ। ପାନୀ ଫାଉଣ୍ଡେସନ୍‌ରେ ମିଳିତ ଭାବେ କାମ କରିବେ ବୋଲି ସୂଚନା ଦେଇଛନ୍ତି। ବଲିଉଡ ଅଭିନେତା ଅମିର ଖାନ୍ ୨୦୦୫ରେ ଲଗାନ୍ ଫିଲ୍ମ ସୁଟିଂ ବେଳେ କିରନ ରାଓଙ୍କୁ ଭେଟିଥିଲେ।  ଲଗାନ୍‌ରେ ସହ ନିର୍ଦ୍ଦେଶକ ଥିବା କିରନଙ୍କ ସହ ଅମୀରରଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଉଭୟେ ସେହି ବର୍ଷ ଡିସେମ୍ବରରେ ବିବାହ କରିଥିଲେ। ପୂର୍ବରୁ ଅମୀର ରିନା ଦତ୍ତଙ୍କ ସହ ପ୍ରଥମ ବିବାହ କରିଥିଲେ।

Advertisment
Bollywood Amir Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ