/odishatv-khabar/media/post_attachments/uploadimage/library/16_9/16_9_0/7-4_1623574597.jpg)
7
ମୁମ୍ବାଇ : ନିଜର ସୁନ୍ଦର ଚେହେରା ଓ ପ୍ରତିଭା ଦ୍ୱାରା ବଲିଉଡରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଦିଶା ପାଟ୍ନୀଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ସହ ବଲିଉଡର ସେଲିବ୍ରେଟମାନେ ମଧ୍ୟ ଅଭିନେତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଆସନ୍ତୁ ଦିଶାଙ୍କ ଜନ୍ମଦିନରେ ତାଙ୍କ ବିଷୟରେ କେତୋଟି କଥା ଜାଣିନେବା ଯାହା ତୁମେ ଏପର୍ଯ୍ୟନ୍ତ ଜାଣିନାହଁ।
/odishatv-khabar/media/post_attachments/wp-content/uploads/2021/06/1-36.jpg)
ଦିଶା ପାଟ୍ନୀ ୧୩ ଜୁନ୍ ୧୯୯୨ରେ ଉତ୍ତରାଖଣ୍ଡର ପିଥୋରାଗଡରେ ଜନ୍ମଗ୍ରହଣ କରିଥିଲେ। ପରେ ଦିଶା ପରିବାର ସହିତ ଉତ୍ତରପ୍ରଦେଶର ବରେଲିରେ ରହିବାକୁ ଲାଗିଲେ। ତାଙ୍କ ପିତାଙ୍କ ନାମ ଜଗଦୀଶ ସିଂ ପାଟନୀ। ଜଗଦୀଶ ପାଟ୍ନୀ ହେଉଛନ୍ତି ଡିଏସ୍ପି ଅଧିକାରୀ। ଦିଶାଙ୍କର ମଧ୍ୟ ଏକ ବଡ଼ ଭଉଣୀ ଅଛନ୍ତି, ଯାହାର ନାମ ଖୁଶବୁ ପାଟ୍ନୀ।
/odishatv-khabar/media/post_attachments/wp-content/uploads/2021/06/8-3.jpg)
ଦିଶା ପାଟ୍ନୀ ନୋଏଡା ଅମିତି ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ।
/odishatv-khabar/media/post_attachments/wp-content/uploads/2021/06/6-6.jpg)
ଦିଶା ଜଣେ ମଡେଲ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ୨୦୧୩ ପଣ୍ଡ୍ସ ଫେମିନା ମିସ୍ ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ପ୍ରଥମ ରନର୍ ଅପ୍ ଟାଇଟଲ୍ ଜିତିଥିଲେ। ଏହା ପରେ, ଦିଶାଙ୍କ ପରିଚୟ ବଢିବାକୁ ଲାଗିଲା। ଦିଶା କ୍ୟାଡବରୀ ଡାୟରୀ ମିଲ୍କର ମଧ୍ୟ ପ୍ରଚାର କରିଥିଲେ।
/odishatv-khabar/media/post_attachments/wp-content/uploads/2021/06/Untitled-1-45.jpg)
ଦିଶାଙ୍କ ଚଳଚ୍ଚିତ୍ର ଯାତ୍ରା ୨୦୧୫ ମସିହାରେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଫିଲ୍ମ ‘ଲୋଫର୍’ରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ତାଙ୍କୁ ବରୁଣ ତେଜଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ତାଙ୍କୁ ଏହି ଚଳଚ୍ଚିତ୍ରରେ ହାଇଦ୍ରାବାଦୀ ଝିଅ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ ଏହା ପରେ ଦିଶାଙ୍କ କ୍ୟାରିୟରରେ କୌଣସି ବିଶେଷ ବୃଦ୍ଧି ଘଟି ନଥିଲା।
/odishatv-khabar/media/post_attachments/wp-content/uploads/2021/06/5-9.jpg)
ଦିଶା ୨୦୧୬ରେ ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ ‘ଧୋନି ଆନ୍ ଅନ୍ଟୋଲ୍ଡ ଷ୍ଟୋରୀ’ରେ କାମ କରିବାର ସୁଯୋଗ ପାଇଲେ। ଏହି ଚଳଚ୍ଚିତ୍ରରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ‘ପ୍ରିୟଙ୍କା’ ଭୂମିକାରେ ନଜର ଆସିଥିଲେ। ତାଙ୍କୁ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।
/odishatv-khabar/media/post_attachments/wp-content/uploads/2021/06/9-3.jpg)
ଫିଲ୍ମ ‘ଧୋନି ଆନ୍ ଅନ୍ଟୋଲ୍ଡ ଷ୍ଟୋରୀ’ ପାଇଁ ସ୍କ୍ରିନ୍ ପୁରସ୍କାର ଅଧୀନରେ ଦିଶା ପାଟାନୀଙ୍କୁ ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ପ୍ରଦାନ କରାଯାଇଥିଲା।
/odishatv-khabar/media/post_attachments/wp-content/uploads/2021/06/3-25.jpg)
ଚଳଚ୍ଚିତ୍ର ବ୍ୟତୀତ ଦିଶା ପାଟ୍ନୀଙ୍କ ପ୍ରେମ ସଂପର୍କକୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। ଦିଶାଙ୍କ ପ୍ରଥମ ପ୍ରେମ ଜଣେ ଜଣାଶୁଣା ଟିଭି ଅଭିନେତାଙ୍କ ସହ ହୋଇଥିଲା। ଦିଶା ପ୍ରସିଦ୍ଧ ଟିଭି ଅଭିନେତା ପାର୍ଥ ସମଥାନଙ୍କୁ ଏକ ସମୟରେ ଡେଟ କରୁଥିଲେ। କୁହାଯାଏ ଯେ ତାଙ୍କ ମଡେଲିଂ ସମୟରେ ଦିଶା ପାର୍ଥ ସମଥାନଙ୍କ ସହ ପ୍ରାୟ ଏକ ବର୍ଷ ଡେଟ୍ କରିଥିଲେ। ତେବେ କ’ଣ ହେଲା କେଜାଣି ହଠାତ ସେମାନଙ୍କର ବ୍ରେକ୍ଅପ୍ ହୋଇଗଲା।
/odishatv-khabar/media/post_attachments/wp-content/uploads/2021/06/10-1.jpg)
ଶୁଣାଯାଏ, ପାର୍ଥଙ୍କ ସହିତ ବ୍ରେକ୍ଅପ୍ ପରେ ଦିଶାଙ୍କୁ ଟାଇଗର ଶ୍ରଫ ମିଳିଗଲେ ​​ଏବଂ ଦିଶା ଦୀର୍ଘ ଦିନ ଧରି ଟାଇଗର ଶ୍ରଫ୍ଙ୍କୁ ଡେଟ୍ କରୁଛନ୍ତି। ତେବେ ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରି ନାହାଁନ୍ତି।
/odishatv-khabar/media/post_attachments/wp-content/uploads/2021/06/2-32.jpg)
ସୂଚନା ଅନୁଯାୟୀ, ଦିଶା ମୁମ୍ବାଇକୁ ମାତ୍ର ୫୦୦ ଟଙ୍କା ଧରି ଆସିଥିଲେ। ତାଙ୍କ କହିବା କଥା ସେ ମୁମ୍ବାଇରେ ଏକୁଟିଆ ରହୁଥିଲେ ଏବଂ କାମ କରୁଥିଲେ କିନ୍ତୁ ପରିବାରରୁ ସାହାଯ୍ୟ ମାଗି ନଥିଲେ।
/odishatv-khabar/media/post_attachments/wp-content/uploads/2021/06/4-15.jpg)
ଏବେ ମୁମ୍ବାଇର ବାନ୍ଦ୍ରାଠାରେ ଦିଶାଙ୍କର ନିଜସ୍ୱ ଘର ଅଛି। ସେ ୨୦୧୭ରେ ନିଜକୁ ଏହି ନୂତନ ଆପାର୍ଟମେଣ୍ଟ୍ ଉପହାର ଦେଇଥିଲେ। ଦିଶା ପାଟ୍ନୀଙ୍କ ଏହି ଘରର ନାମ ହେଉଛି ‘ଲିଟିଲ୍ ହଟ୍’। ଏହାର ମୂଲ୍ୟ ୫ କୋଟି ବୋଲି ଜଣାଯାଏ।
/odishatv-khabar/media/post_attachments/wp-content/uploads/2021/06/11-1.jpg)
ଏହି ସମୟରେ, ଦିଶାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୧୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ଅଡିସନ ଦେଉଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବାରମ୍ବାର ଦେଖାଯାଉଛି।
ଭିଡିଓରେ ଦିଶା ପ୍ରଥମେ ତାଙ୍କର ଇଣ୍ଟ୍ରୋ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ ୧୯ ବର୍ଷ ବୟସ। ତା’ପରେ ସେ ଅଡିସନ ସମୟରେ ନିଜର ପ୍ରୋଫାଇଲ୍ ଦେଖାଇଥିଲେ। ଅଡିସନ୍ରେ ସେ ତାଙ୍କ ଦୃଶ୍ୟକୁ ଭଲଭାବେ ପ୍ରଦର୍ଶନ କରିଥିଲେ। ସେ ପ୍ରଥମେ ମୁଖ୍ୟ ଭୂମିକା ପାଇଁ ଅଡିସନ୍ କରିଥିଲେ ଏବଂ ପରେ ପାର୍ଶ୍ୱ ଭୂମିକା ପାଇଁ ମଧ୍ୟ ଅଡିସନ୍ ଦେଇଥିଲେ। ଏହି ସମୟରେ, ଦିଶା ବହୁତ ଏନର୍ଜେଟିକ୍ ଦେଖାଯାଉଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)