Advertisment

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ପରିବାରକୁ ପଚରାଉଚୁରା କରିବ ବିହାର ପୋଲିସ୍!

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ବିହାର ପୋଲିସ୍ ପଚରାଉଚୁରା କରିପାରେ। ଏନେଇ ବିହାର ପୋଲିସ୍ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦିଶାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି, ସେ ନେଇ ଖୋଳତାଡ଼ ହେବ। ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଠିକ୍ […]

author-image
Ranjeet Kumar Jena
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ପରିବାରକୁ ପଚରାଉଚୁରା କରିବ ବିହାର ପୋଲିସ୍!

DISHA

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ବିହାର ପୋଲିସ୍ ପଚରାଉଚୁରା କରିପାରେ। ଏନେଇ ବିହାର ପୋଲିସ୍ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦିଶାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି, ସେ ନେଇ ଖୋଳତାଡ଼ ହେବ।

Advertisment

ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଠିକ୍ ୭ ଦିନ ପୂର୍ବରୁ ଅର୍ଥାତ ଜୁନ୍ ୮ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ୪ ମହଲା ଘର ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ମୁମ୍ବାଇ ପୋଲିସ୍ କହିଛି। ହେଲେ ପ୍ରଥମ ଥର ପାଇଁ ବିହାର ପୋଲିସ୍ ଏହି ଦିଗରେ ତଦନ୍ତ କରିବ।

ଅନ୍ୟପକ୍ଷରେ ସୁଶାନ୍ତ ବିଗତ କିଛି ବର୍ଷରେ ବ୍ୟବହାର କରିଥିବା ସିମ୍ ନମ୍ବରକୁ ନେଇ ବି ଯାଞ୍ଚ ଆରମ୍ଭ ହୋଇଛି। ସୁଶାନ୍ତ ନିଜ ନାଁରେ ଗୋଟିଏ ବି ସିମ୍ ଆଣି ନାହାନ୍ତି। ନିକଟରେ ସେ ବ୍ୟବହାର କରୁଥିବା ସିମ୍ ବନ୍ଧୁ ସିଦ୍ଧାର୍ଥ ପଠାନୀଙ୍କର ବୋଲି ବିହାର ପୋଲିସ୍ ଜାଣିବାକୁ ପାଇଛି। ଏନେଇ ବି ତଦନ୍ତ ହେବ।

Advertisment

ଅପରପକ୍ଷରେ ଗତ ୫ ଦିନ ପରେ ବି ବିହାର ପୋଲିସ୍ ଟିମ୍‌କୁ ସୁଶାନ୍ତ ମୃତ୍ୟୁ ମାମଲା ସମ୍ପର୍କିତ ବିଭିନ୍ନ ଦସ୍ତାବିଜ୍ ବା ଆବଶ୍ୟକ କାଗଜପତ୍ର ହସ୍ତାନ୍ତର କରାଯାଇନାହିଁ। ଏପରିକି ସୁଶାନ୍ତଙ୍କ ମୃତ୍ୟଦେହ ବ୍ୟବଚ୍ଛେଦ ରିପୋର୍ଟ ବି ଦିଆଯାଇନି ବୋଲି ବିହାର ଡିଜିପି କହିଛନ୍ତି। ଯାହା ପରେ ମୁମ୍ବାଇ ପୋଲିସର ଭୂମିକାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

Advertisment
Advertisment