Advertisment

ବିଗ୍‌ବସ୍‌ରେ କୋଣାର୍କ ଓ ପୁରୀ କଥା ଆଲୋଚନା କଲେ ପ୍ରତିଯୋଗୀ

ନୂଆଦିଲ୍ଲୀ : ବିଗ୍‌ବସ୍‌ ୧୩ ଟିଆର୍‌ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍‌ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍‌ ଟପିକ୍‌ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ […]

author-image
Pradesh Pratyush
ବିଗ୍‌ବସ୍‌ରେ କୋଣାର୍କ ଓ ପୁରୀ କଥା ଆଲୋଚନା କଲେ ପ୍ରତିଯୋଗୀ

bigg boss

ନୂଆଦିଲ୍ଲୀ : ବିଗ୍‌ବସ୍‌ ୧୩ ଟିଆର୍‌ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍‌ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍‌ ଟପିକ୍‌ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ ଘଟଣା ଗୋଟେ ଗୋଟେ ଆକର୍ଷଣୀୟ ଖବର ପାଲଟୁଛି ।

Advertisment

publive-imageଏବେ ଏମିତି ଏକ ବିଷୟ ରୋଚକ ଖବର ସାଜିଛି । ଯାହାକି ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି । ବିଗ୍‌ବସର ଏହି ୫ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା , ସେଫାଲି ଜରିୱାଲା, ପାରସ ଛାବ୍ରା, ଆରତୀ , ମାହିରାଙ୍କ ମଧ୍ୟରେ ଓଡ଼ିଶାକୁ ନେଇ ଆଲୋଚନା ଚାଲିଥିଲା। ୧୩ତମ ସୋ’ରେ ଥିବା ଏହି ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାର କୋଣାର୍କ ମନ୍ଦିର , ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଛପନ ଭୋଗ ବିଷୟରେ ଏହି  ଗସିପ୍‌ ଏକ ଅଂଶ ଥିଲା । ସେଫାଲି ଜରିୱାଲା ଯେତେବେଳେ ସିଦ୍ଧାର୍ଥ ଶୁକ୍ଳାଙ୍କୁ ପଚାରୁଛନ୍ତି, ତୁମେ ଛପନ ଭୋଗ ବିଷୟରେ ଜାଣ । ସିଦ୍ଧାର୍ଥ ଶୁକ୍ଳା ଖୁସିରେ ମୁଣ୍ଡକୁ ହଲାଇ ହଲାଇ କହୁଛନ୍ତି , ‘ଓ ମାଇଁ ଗଡ଼ , ଛପନ ଭୋଗ ...ମୁଁ ଜାଣେ , ବହୁତ ପ୍ରସିଦ୍ଧ , ଏହାକୁ ମହାପ୍ରସାଦ କହନ୍ତି।‘  ଏହି ଭୋଗ କିପରି , ଏହା କିପରି ମିଳେ, ଏସବୁକୁ ନେଇ ସେମାନେ କଥାବାର୍ତ୍ତା ହୁଅନ୍ତି ।

publive-imageଆଉ ଜଣେ ପ୍ରତିଯୋଗୀ ପାରସ ଛାବ୍ରା ସମସ୍ତଙ୍କୁ ପଚାରୁଛନ୍ତି ଛପନ ଭୋଗ କେମିତି ହୁଏ ଜାଣ ? ସମସ୍ତେ ଯେତେବେଳେ ଜାଣିବାକୁ ଇଚ୍ଛା କରନ୍ତି , ପାରସ ସେମାନଙ୍କୁ ହାତରେ ଇଙ୍ଗିତ କରି କହୁଛନ୍ତି ଏକ ଗୋଟେ ଚୁଲିରେ ବଡ଼ ହାଣ୍ଡି ଉପରେ ଅନେକ ଉପରକୁ ଉପର ହାଣ୍ଡି ବସି ତିଆରି ହୁଏ ଏହି ଭୋଗ।

Advertisment

publive-imageଏହା ସହ କୋଣାର୍କ ମନ୍ଦିର ବିଷୟରେ ମଧ୍ୟ ଆଗ୍ରହର ସହ ଆଲୋଚନା କରନ୍ତି । କେମିତି ଉଦିତ ସୂର୍ଯ୍ୟଙ୍କୁ ମୁହଁ କରି ମନ୍ଦିରର ଦ୍ୱାର ରହିଛି ,ଏହାକୁ ନେଇ ସେମାନେ ଆଶ୍ଚର୍ଯ୍ୟପୂର୍ଣ୍ଣ ଭାବେ ନିଜ ନିଜର ମତ ରଖନ୍ତି ।

(ସୋଜନ୍ୟ : ୟୁଟ୍ୟୁବ୍‌ )

Advertisment
Advertisment