/odishatv-khabar/media/post_attachments/uploadimage/library/16_9/16_9_0/salman-khan_1626688403.jpg)
salman khan
ବିଗ୍ବସ୍ ଟିଭି ଦୁନିଆର ସବୁଠୁ ବଡ଼ ରିୟଲିଟି ସୋ’ ଭାବେ ଜଣାଯାଏ । ଏହି ସୋ’ ଗତ ୧୩ ବର୍ଷ ହେଲା ଦର୍ଶକଙ୍କୁ ମନୋରଂଜନ କରିଆସୁଛି। ବିଗ୍ବସ୍ ସଲମାନ ଖାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ଆଜି ଦର୍ଶକ ଏହାକୁ ଦେଖିବେ ।
ଏହି ଲୋକପ୍ରିୟ ସୋ’ ବିଗ୍ବସ୍କୁ ହୋଷ୍ଟ କରିବାରେ ସଲମାନ ପୁରା କରିଛନ୍ତି ୧୦ ବର୍ଷ । ଏହି ଅବସରରେ ବିଗ୍ବସ୍ ପ୍ରସ୍ତୁତ କରିଛି ସଲମାନଙ୍କର ୧୦ ବର୍ଷର ଯାତ୍ରାକୁ ନେଇ ସ୍ୱତନ୍ତ୍ର ଭିଡ଼ିଓ । ଏହି ୧୦ ବର୍ଷରେ ସଲମାନ ବିଗ୍ବସ୍ରେ କଣ କଣ କରିଛନ୍ତି ,ସବୁ ପ୍ରଦର୍ଶିତ ହେବ ।
ଆଉ ସବୁଠୁ ବଡ଼ କଥା ହେଲା ଏହି ଭିଡ଼ିଓକୁ ଦେଖି ସଲମାନଙ୍କ ଆଖିରେ ଲୁହ ଆସିଗଲା । ସେ ଭାବୁକ ପାଲଟିଗଲେ । ଆଖି
/odishatv-khabar/media/post_attachments/wp-content/uploads/2019/12/salman.jpg)
ଲୁହରେ ଛଳ ଛଳ ହୋଇଗଲା ସଲମାନଙ୍କର ।
ଗତ ୧୦ ବର୍ଷ ହେଲା ଏହି ସୋ’କୁ ହୋଷ୍ଟ କରି ସଲମାନ ଲୋକପ୍ରିୟତାର ଶୀର୍ଷରେ ପହଁଚାଇଛନ୍ତି । ଏବେ ସଲମାନ ଖାନଙ୍କ ନାଁରେ ହିଁ ବିଗ୍ବସ୍କୁ ସମସ୍ତେ ଜାଣୁଛନ୍ତି । ଏହା ମଧ୍ୟ କହିବା ଭୁଲ୍ ହେବ ନାହିଁ ଯେ , ସଲମାନ ଖାନ ବିଗ୍ବସ୍ର ଚେହେରା ପାଲଟିଗଲେଣି ଏବଂ ତାଙ୍କ ଲୋକପ୍ରିୟତା ଯୋଗୁଁ ଏହି ସୋ’କୁ ଅନେକ ଫାଇଦା ମିଳିପାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)