/odishatv-khabar/media/post_attachments/uploadimage/library/16_9/16_9_0/Priyankaa_1626258719.jpg)
Priyankaa
ନୂଆଦିଲ୍ଲୀ: ବଲିଉଡ୍ ଗ୍ଲାମର କୁଇନ ପ୍ରିୟଙ୍କାଙ୍କ ସୌନ୍ଦର୍ଯ୍ୟକୁ ନେଇ କିଏ ବା ଫିଦା ନୁହେଁ। ସେ ତାଙ୍କ ଗ୍ଲାମର୍ ଲୁକ୍ ନେଇ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚିତ। ଏନେଇ ପ୍ରିୟଙ୍କା ଏବେ ଲଣ୍ଡନରେ ବି ଛାଇ ଗଲେଣି। BAFTA ଆୱାର୍ଡ-୨୦୨୧ରେ ପ୍ରିୟଙ୍କା ତାଙ୍କ ପତି ନିକ ଜୋନସଙ୍କ ସହ ଉପସ୍ଥାପିକା ଭାବେ ପହଞ୍ଚିଥିଲେ। ତାଙ୍କ ଲୁକ୍ ଦେଖିଲା ଭଳି ଥିଲା। ଏହି ଉତ୍ସବ ପାଇଁ ପ୍ରିୟଙ୍କା ୨ଟି ଆଉଟଫିଟ୍ ପରିଧାନ କରିଥିଲେ। ତାଙ୍କର ଏହି ଫଟୋଗୁଡିକ ଏତେ ଆକର୍ଷଣ ଥିଲା ଯେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୭୪ତମ ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଏବଂ ଟେଲିଭିଜନ୍ ଆର୍ଟ୍ସ ବା BAFTA ଆୱାର୍ଡ୍ସ ପ୍ରିୟଙ୍କାଙ୍କ ଲୁକ୍ ସେୟାର କରିଥିଲା। ରବିବାର ଲଣ୍ଡନର ରୟାଲ ଆଲବର୍ଟ ହଲରେ ଅନୁଷ୍ଠିତ ଏହି ଉତ୍ସବର ରେଡ୍ କାର୍ପେଟରେ ପ୍ରିୟଙ୍କା ଚୋପଡା, ପତି ନିକ୍ ଜୋନସଙ୍କ ସହ ଚାଲିଥିଲେ ଏବଂ ସମସ୍ତଙ୍କ ଭିତରେ ଛାଇଯାଇଥିଲେ।
/odishatv-khabar/media/post_attachments/wp-content/uploads/2021/04/Priyankaaaaa.jpg)
It’s been a while... #BAFTAS❤️#RonaldVanDerKemp@rodney_rico@Bulgariofficial@LukePluckrose1@wendyrowemakeup@nailsbyMH@LUXURYLAWpic.twitter.com/nmLLGUOEdJ
— PRIYANKA (@priyankachopra) April 11, 2021
ରେଡ୍ କାର୍ପେଟରେ ଚାଲିବା ପାଇଁ ପ୍ରିୟଙ୍କା ଚୋପଡା ଲାଲ୍ ରଙ୍ଗର ଏକ ଖୋଲା ଜ୍ୟାକେଟ୍ ସାଙ୍ଗକୁ ଏକ ଧଳା ପ୍ୟାଣ୍ଟ୍ ପିନ୍ଧିଥିଲେ। ଏହା ତାଙ୍କୁ ଅଧିକ ଆକର୍ଷଣୀୟ କରୁଥିବା ବେଳେ ସେ ତାଙ୍କ ହେୟାରଷ୍ଟାଇଲକୁ ନେଇ ମଧ୍ୟ ବହୁତ ଏକ୍ସପେରିମେଣ୍ଟ କରିଥିବା ଦେଖାଯାଏ। ସେହିପରି ନିକ୍ ଜୋନସ୍ ଏକ କଳା ରଙ୍ଗର କୋଟ୍ ସାଙ୍ଗକୁ ବୋ’ ଟାଇ ପିନ୍ଧି ପ୍ରିୟଙ୍କାଙ୍କ ସହ ଚାଲିଥିଲେ।
/odishatv-khabar/media/post_attachments/wp-content/uploads/2021/04/Priyanka.jpg)
ଖାଲି ଯେ ରେଡ୍ କାର୍ପେଟରେ ଦୁହେଁ ଚାଲିଥିଲେ ତାହା ନୁହେଁ, ଏହି ଦମ୍ପତିଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା। ଏଠାରେ ନିକ୍ ପ୍ରିୟଙ୍କାଙ୍କୁ ଚୁମ୍ବନ ମଧ୍ୟ ଦେଇଥିଲେ। ଏପରିକି ଉଭୟ ଉଭୟଙ୍କ ଆଖିରେ ହଜି ମଧ୍ୟ ଯାଇଥିଲେ। ରେଡ୍ କାର୍ପେଟ୍ ସାକ୍ଷାତକାରରେ ପ୍ରିୟଙ୍କା ଲଣ୍ଡନରେ ସମୟ କାଟିବା ଓ ଆଗକୁ ଆସୁଥିବା ସିନେମା ବିଷୟରେ ମଧ୍ୟ କହିଥିଲେ।
Hear @priyankachopra's take on London parks in lockdown, the new Matrix film and her work on the twice-nominated The White Tiger #EEBAFTAspic.twitter.com/5gj0sWExrB
— BAFTA (@BAFTA) April 11, 2021
/odishatv-khabar/media/post_attachments/wp-content/uploads/2021/04/Priyankaas.jpg)
ଏହା ବ୍ୟତୀତ ପ୍ରିୟଙ୍କା ଚୋପଡା BAFTA ଆୱାର୍ଡ୍ସ ପାଇଁ ଆଉ ଏକ କଳା ରଙ୍ଗର ଡ୍ରେସ୍ ମଧ୍ୟ ବାଛିଥିଲେ। ଏହି ଡ୍ରେସର ସେଣ୍ଟରରେ ଏକ ଖୁବ୍ ସୁନ୍ଦର ପ୍ରଜାପତିର ଡିଜାଇନ୍ ବହୁତ ଆକର୍ଷଣୀୟ ଥିଲା। ଏହି ଆଉଟଫିଟ୍ ସହିତ ପ୍ରିୟଙ୍କା ହୀରା କାନର ଓ ମୁଦି ପିନ୍ଧିଥିଲେ। ତାଙ୍କର ଏହି ଡ୍ରେସ୍ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଫେସନ୍ ଗୋଲ୍ସ ହୋଇଯିବା ସହ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି।
/odishatv-khabar/media/post_attachments/wp-content/uploads/2021/04/Priyankaasa.jpg)
ସୂଚନାଥାଉକି BAFTA ଆୱାର୍ଡ୍ସରେ ପ୍ରିୟଙ୍କା ଚୋପଡାଙ୍କ ଫିଲ୍ମ “ଦ ହ୍ୱାଇଟ୍ ଟାଇଗର୍”ର ଅଭିନେତା ଆଦର୍ଶ ଗୌରବଙ୍କୁ ବେଷ୍ଟ ଅଭିନେତାଭାବେ ମନୋନୀତ କରାଯାଇଥିବା ବେଳେ ନିର୍ଦ୍ଦେଶକ ରମୀନ ବହରାନୀଙ୍କୁ ବେଷ୍ଟ ଆଡପ୍ଟେଡ୍ ସ୍କ୍ରିନପ୍ଲେଭାବେ ମନୋନୀତ କରାଯାଇଥିଲା। ଏହି ଉତ୍ସବରେ ପ୍ରିୟଙ୍କା ଏହି ଦୁହିଁଙ୍କର ପ୍ରତିନିଧିତ୍ୱ କରିଥିଲେ।
/odishatv-khabar/media/post_attachments/wp-content/uploads/2021/04/Priyankaasaa.jpg)
ଏହି ଉତ୍ସବରେ ପ୍ରିୟଙ୍କାଙ୍କ ସହିତ ହଲିଉଡ୍ ଅଭିନେତା ଟମ୍ ହିଡଲଷ୍ଟନ୍, ହଗ୍ ଗ୍ରାଣ୍ଟ୍, ଜେମ୍ସ ମାକଭେ ଏବଂ ବ୍ରିଜରଟନ୍ ଷ୍ଟାର୍ ଫିୱୀ ଡିନେୱରଙ୍କ ସହିତ ଅନ୍ୟ ଆୱାର୍ଡ ଉପସ୍ଥାପିକାମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଇତିହାସରେ ପ୍ରଥମ ଥର ପାଇଁ BAFTA ଆୱାର୍ଡ୍ସକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା।
/odishatv-khabar/media/post_attachments/wp-content/uploads/2021/04/Priyankaasaasss.jpg)
ପ୍ରିୟଙ୍କାଙ୍କ ସିନେମା ଦୁନିଆ କଥା ଆଲୋଚନା କଲେ ଜଣାଯାଏ ଯେ ସେ ବର୍ତ୍ତମାନ ଲଣ୍ଡନରେ “ସିଟାଡେଲ୍” ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଭେଞ୍ଜର୍ସ ଏଣ୍ଡଗେମର ନିର୍ଦ୍ଦେଶକ ଜୋଡୀ ଋଷୋ ବ୍ରଦର୍ସ ଏହି ୱେବ୍ ସିରିଜକୁ ନିର୍ମାଣ କରୁଛନ୍ତି। ପ୍ରିୟଙ୍କାଙ୍କ ସହିତ “ଗେମ୍ ଅଫ୍ ଥ୍ରୋନ୍ସ”ର ଅଭିନେତା ରିଚାର୍ଡ ମୈଡନ ମଧ୍ୟ ନଜର ଆସିବେ। ଏହି ସିରିଜ୍ ଆମାଜନ୍ ପ୍ରାଇମରେ ରିଲିଜ୍ ହେବ। ଏହାଛଡା ପ୍ରିୟଙ୍କା “ଟେକ୍ସଟ୍ ଫର୍ ୟୁ”ରେ ମଧ୍ୟ କାମ କରିବା ସହ ହଲିଉଡ୍ ଆଇକନ୍ କୀଆନୁ ରୀବ୍ସଙ୍କ ସିନେମା “ମାଟ୍ରିକ୍ସ -୪”ରେ ମଧ୍ୟ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)