Advertisment

ସୋନୁ ନିଗମଙ୍କ ପରେ ବଲିଉଡ୍‌‌ ଇଣ୍ଡଷ୍ଟ୍ରିକୁ ନେଇ ଆଉ ଏକ ଖୁଲାସା କଲେ ଏଆର୍‌ ରହମାନ୍‌

AR Rahman ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଥିବା ବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଗାୟକ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବଲିଉଡ୍‌ରେ କାହିଁକି ତାଙ୍କ୍‌ କମ୍‌ କାମ ମିଳୁଛି ବୋଲି ଏହାର ଖୁଲାସା କରିଛନ୍ତି ଗାୟକ ତଥା କମ୍ପୋଜର୍‌ ଏଆର୍‌ ରହମାନ୍‌। ସେ କହିଛନ୍ତି, ଏକ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସୋନୁ ନିଗମଙ୍କ ପରେ ବଲିଉଡ୍‌‌ ଇଣ୍ଡଷ୍ଟ୍ରିକୁ ନେଇ ଆଉ ଏକ ଖୁଲାସା କଲେ ଏଆର୍‌ ରହମାନ୍‌

ar rahman

AR Rahman ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର କିଛି ଦିନ ପରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଥିବା ବେଳେ ଏବେ ଆଉ ଜଣେ ପ୍ରସିଦ୍ଧ ଗାୟକ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।

Advertisment

ବଲିଉଡ୍‌ରେ କାହିଁକି ତାଙ୍କ୍‌ କମ୍‌ କାମ ମିଳୁଛି ବୋଲି ଏହାର ଖୁଲାସା କରିଛନ୍ତି ଗାୟକ ତଥା କମ୍ପୋଜର୍‌ ଏଆର୍‌ ରହମାନ୍‌। ସେ କହିଛନ୍ତି, ଏକ ଗ୍ୟାଙ୍ଗ୍‌ ଅଛି, ଯିଏକି ତାଙ୍କ ସମ୍ପର୍କରେ ଗୁଜବ ଖବର ପ୍ରଚାର କରୁଛନ୍ତି। ତାଙ୍କ ସମ୍ପର୍କରେ ଏମିତି ଖବର ପ୍ରଚାର କରାଯାଉଛି, ଯେମିତି ତାଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କୌଣସି କାମ ମିଳିବ ନାହିଁ।

ଏଠାରେ ଆମେ ଆପଣଙ୍କୁ କହି ରଖିବୁ,‌ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ରେ ରହମାନ୍ ମ୍ୟୁଜିକ୍‌ କମ୍ପୋଜ୍‌ କରିଛନ୍ତି।

Advertisment

ରେଡିଓ mirchiକୁ ଏକ ସାକ୍ଷାତକାର ଦେଇ ଓସ୍କାର ବିଜେତା ରହମାନ୍‌ କହିଛନ୍ତି, ‘ମୁଁ ଭଲ ଫିଲ୍ମରେ କାମ କରିବାକୁ ଚାହୁଁଛି। ହେଲେ ମୋତେ ଲାଗୁଛି ଏକ ଗ୍ୟାଙ୍ଗ ଅଛି, ଯିଏକି ମୋ ନାଁରେ ଭୁଲ୍‌ ଖବର ପ୍ରଚାର କରୁଛି।  ଫିଲ୍ମ ‘ଦିଲ୍‌ ବେଚାରା’ ନିର୍ଦ୍ଦେଶକ ମୁକେଶ୍‌ ଛାବ୍‌ରା ମୋ ପାଖକୁ ଆସିଥିଲେ ଓ ୨ ଦିନ ଭିତରେ ଫିଲ୍ମ ପାଇଁ ମୁଁ ତାଙ୍କୁ ଗୀତ ପ୍ରସ୍ତୁତ କରି ଦେଇଥିଲି। ଏହାପରେ ସେ ମୋତେ କହିଥିଲେ- ସାର୍‌, ଆପଣଙ୍କ ପାଖକୁ ନ ଆସିବା ପାଇଁ ମୋତେ ଅନେକ ଲୋକ ଅନେକ କାହାଣୀ ଶୁଣାଇଥିଲେ। ମୁକେଶଙ୍କ ଏହି କଥା ଶୁଣିବା ପରେ ମୁଁ ବୁଝିପାରିଲି କ’ଣ ପାଇଁ ମୋତେ ଇଣ୍ଡଷ୍ଟ୍ରିରେ କମ୍‌ କାମ ମିଳୁଛି ଓ ଭଲ ଫିଲ୍ମ ଅଫର୍‌ କ’ଣ ପାଇଁ ମୋ ପାଖକୁ ଆସୁନାହିଁ। ମୁଁ ଡାର୍କ ଫିଲ୍ମ କରେ, କାରଣ ଏକ ଗ୍ୟାଙ୍ଗ୍‌ ପୂରାପୂରି ମୋ ବିରୋଧରେ କାମ କରୁଛନ୍ତି। କିଛି ନ ଭାବି ନ ଚିନ୍ତି ସେମାନେ ମୋର କ୍ଷତି କରୁଛନ୍ତି।’

“ଲୋକମାନେ ଚାହୁଁଛନ୍ତି ମୁଁ ସେମାନଙ୍କ ପାଇଁ କାମ କରେ, ହେଲେ କିଛି ଲୋକ ଚାହୁଁଛନ୍ତି ମୋତେ କାମ ନ ମିଳୁ। ଠିକ୍‌ ଅଛି, ମୁଁ ଭାଗ୍ୟ ଉପରେ ସବୁବେଳେ ବିଶ୍ୱାସ କରେ। ଆଉ ସବୁକିଛି ଆମ ପାଖକୁ ଭଗବାନଙ୍କ ମାଧ୍ୟମରେ ହିଁ ଆସିଥାଏ। ମୁଁ ସବୁବେଳେ ସ୍ୱାଗତ କରିବି ମୋ ସହ କାମ କରିବା ପାଇଁ’ ବୋଲି ଏଆର୍‌ ରହମାନ୍‌ କହିଛନ୍ତି।

୨୦୦୯ରେ ଡାନି ବଏଲ୍‌ଙ୍କ ଫିଲ୍ମ “Slumdog Millionaire” ଓ ଗତ ବର୍ଷ ଅକ୍ଟୋବରରେ ଫିଲ୍ମ “99 Songs” ପାଇଁ ରହମାନ୍‌ଙ୍କୁ ଓସ୍କାର ଆୱାର୍ଡ ପାଇଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

AR Rahman
Advertisment
Advertisment