Advertisment

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଆଇପିଏଲ୍‌ ପାଇଁ ସେ ଏବେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ଏଠାରେ ସେ ବିରାଟଙ୍କ ଟିମ୍‌ ରୟାଲ୍‌ ଚ୍ୟାଲେଞ୍ଜରସ୍‌ ବ୍ୟାଙ୍ଗଲୋର ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଅନୁଷ୍କାଙ୍କର ଷ୍ଟାଡିୟମ୍‌ର ଫଟୋ ମଧ୍ୟ ବେଶ୍‌ ଭାଇରାଲ୍‌ ହେଉଛି। ଫଟୋରେ ଅନୁଷ୍କା ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ହସୁଇବା ଦେଖିବାକୁ ମିଳିଥିଲା। ନିକଟରେ ବିରାଟ କୋହଲି ଦୁବାଇର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ […]

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

anushka

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଆଇପିଏଲ୍‌ ପାଇଁ ସେ ଏବେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ଏଠାରେ ସେ ବିରାଟଙ୍କ ଟିମ୍‌ ରୟାଲ୍‌ ଚ୍ୟାଲେଞ୍ଜରସ୍‌ ବ୍ୟାଙ୍ଗଲୋର ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଅନୁଷ୍କାଙ୍କର ଷ୍ଟାଡିୟମ୍‌ର ଫଟୋ ମଧ୍ୟ ବେଶ୍‌ ଭାଇରାଲ୍‌ ହେଉଛି।

Advertisment

ଫଟୋରେ ଅନୁଷ୍କା ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ହସୁଇବା ଦେଖିବାକୁ ମିଳିଥିଲା।

ନିକଟରେ ବିରାଟ କୋହଲି ଦୁବାଇର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେଆର କରିଥିଲେ। ଫଟୋରେ ବିରାଟ ବେଶ୍‌ ଖୁସିଥିବା ଦେଖିବାକୁ ମିଳିଥିଲା। ଦୁହେଁ ପାଣି ଭିତରେ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଥିଲେ।

publive-imageବିରାଟଙ୍କର ଏହି ଫଟୋକୁ ୫କୋଟିରୁ ଅଧିକ ଲାଇକ୍‌ ମିଳିଥିଲା। ଏବଂ ସୋଶାଲ୍‌ ମିଡିଆରେ ଏହି ଫଟୋ ଧୁମ୍‌ ଶେଆର ମଧ୍ୟ ହୋଇଥିଲା।

Advertisment

ସୂଚନା ଅନୁଯାୟୀ, ଅନୁଷ୍କା ଶର୍ମାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଜିରୋ'ରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ୨୦୧୮ରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅନୁଷ୍କାଙ୍କ ସମେତ  ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ରହିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଅଧିକ ରୋଜଗାର କରିନଥିଲା। ଏଥି ସହିତ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ଫିଲ୍ମ 'ବୁଲବୁଲ୍' ମୁକ୍ତିଲାଭ କରିଥିଲା। କରୋନା ମହାମାରୀ ମଧ୍ୟରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବେଶ୍‌ ପସନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ