/odishatv-khabar/media/post_attachments/uploadimage/library/16_9/16_9_0/1-97_1624951159.jpg)
1
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ପ୍ରସବ ସମୟର ପୋଷାକ ବିକ୍ରି କରିବେ। ଏହି ପୋଷାକଗୁଡିକୁ ସେ ଅନଲାଇନରେ ବିକ୍ରିକରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନୁଷ୍କା ଓ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲି ଚଳିତ ବର୍ଷ କନ୍ୟା ସନ୍ତାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀ ଚଳିତ ବର୍ଷ ଫେବୃଆରୀରେ ଝିଅ ଭାମିକାଙ୍କୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଅନୁଷ୍କା ସମାଜର ଭଲ ପାଇଁ ମାତୃତ୍ୱ ସମୟରେ ପିନ୍ଧିଥିବା ପୋଷାକକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କଥା ହେଉଛି, ଅନୁଷ୍କା ଶର୍ମା ଏହି ପୋଷାକରୁ ପ୍ରାପ୍ତ ଅର୍ଥକୁ ମାତୃ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ଏବଂ ୨.୫ ଲକ୍ଷ ଲିଟର ଜଳ ସଞ୍ଚୟ ପାଇଁ ଦାନ କରିବେ।
/odishatv-khabar/media/post_attachments/wp-content/uploads/2021/06/2-84.jpg)
‘ସର୍କୁଲାର ଅର୍ଥନୀତି’ କୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍କା ଶର୍ମା ନିଜର ମାତୃତ୍ୱ ପୋଷାକ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ସାକ୍ଷାତକାରରେ ଅନୁଷ୍କା ଶର୍ମା କହିଛନ୍ତି- “ଏହା ଏକ ଅତି ସରଳ ଉପାୟ, ଯାହା ଦ୍ୱାରା ସମସ୍ତେ ଏକ ଦୟାପୂର୍ଣ୍ଣ ଜୀବନ ବିତାଇ ପାରିବେ। ଏହି ପୋଷାକଗୁଡ଼ିକୁ ଆମେ ପୁନର୍ବାର ‘ସର୍କୁଲାର ଫେସନ’ରେ ବିକ୍ରୟ କରି ପର୍ଯାବରଣ ଉପରେ ଏହାର ସକରାତ୍ମକ ପ୍ରଭାବ ପକେଇବା ଦିଗରେ ସହଯୋଗ କରିପାରିବା। ମୋର ଗର୍ଭଧାରଣ ସମୟରେ, ମୁଁ ଅନୁଭବ କଲି ଯେ ଆମ ଜୀବନର ଏହି ପର୍ଯ୍ୟାୟ ‘ସର୍କୁଲାର ଅର୍ଥନୀତି’ରେ ଅଂଶଗ୍ରହଣ କରିବା ନେଇ ଅତ୍ୟନ୍ତ ଉପଯୋଗୀ।”
/odishatv-khabar/media/post_attachments/wp-content/uploads/2021/06/Untitled-1-127.jpg)
ସର୍କୁଲାର ଫ୍ୟାଶନ ହେଉଛି ଏକ ପ୍ରଣାଳୀ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ମଡେଲ ଅନୁଯାୟୀ ପୋଷାକ ତିଆରି କରାଯାଏ ଏବଂ ସମାନ ଗୁଣ ଏବଂ ସ୍ଥାୟୀତ୍ୱ ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏହିପରି ପୋଷାକ ତିଆରି କରିବା ସମୟରେ ପରିବେଶର ସମ୍ପୂର୍ଣ୍ଣ ଯତ୍ନ ମଧ୍ୟ ନିଆଯାଏ।
/odishatv-khabar/media/post_attachments/wp-content/uploads/2021/06/3-53.jpg)
ଅନୁଷ୍କା ଶର୍ମା ଝିଅ ଭାମିକାଙ୍କୁ ଜନ୍ମ ଦେବାର କିଛି ଦିନ ପରେ ଝିଅର ନାମ ଘୋଷଣା କରିଥିଲେ ମଧ୍ୟ ପ୍ରଶଂସକଙ୍କୁ ଏପର୍ଯ୍ୟନ୍ତ ଝିଅର ମୁହଁ ଦେଖାଇ ନାହାଁନ୍ତି। ଭାମିକାଙ୍କ ଗୋପନୀୟତା ବଜାୟ ରଖିବାକୁ ବିରାଟ ଏବଂ ଅନୁଷ୍କା ନିଷ୍ପତ୍ତି ନେଇଥିବା ଜଣାଯାଏ। ଝିଅ ଜନ୍ମର ଅଳ୍ପ ସମୟ ପରେ ସେମାନଙ୍କ ବିନା ଅନୁମତିରେ ଶିଶୁର ଫଟୋ ସାର୍ବଜନୀନ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)