Advertisment

କାମ ଖୋଜୁଛନ୍ତି ଅନୁପମ ଖେରଙ୍କ ପୁଅ !

ମୁମ୍ବାଇ: ଅନୁପମ ଖେର ଏବଂ କିରଣ ଖେରଙ୍କ ପୁଅ ସିକନ୍ଦର ଖେରଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାରେ ରହିଛି। ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ସିକନ୍ଦର ଏକ ପୋଷ୍ଟରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଆଲୋଚନା ଜୋର ଧରିଛି। ଏହି ପୋଷ୍ଟରେ ସିକନ୍ଦର ନିଜ ପାଇଁ କାମ ମାଗିଛନ୍ତି। ସିକନ୍ଦରଙ୍କ ଏହି ପୋଷ୍ଟରେ ତାଙ୍କର ଫ୍ୟାନ୍ସମାନେ ପ୍ରତିକ୍ରିୟା ରଖିଛନ୍ତି। କେତେକ ଫ୍ୟାନ୍ସ ଏହାକୁ ଜୋକ୍‌ସ ବୋଲି କହିବା ସହ କେତେଜଣ ଫ୍ୟାନ୍ସ ପରିସ୍ଥିତିକୁ ବୁଝିବା […]

କାମ ଖୋଜୁଛନ୍ତି ଅନୁପମ ଖେରଙ୍କ ପୁଅ !

anupam kher

Advertisment

ମୁମ୍ବାଇ: ଅନୁପମ ଖେର ଏବଂ କିରଣ ଖେରଙ୍କ ପୁଅ ସିକନ୍ଦର ଖେରଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାରେ ରହିଛି। ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ସିକନ୍ଦର ଏକ ପୋଷ୍ଟରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଆଲୋଚନା ଜୋର ଧରିଛି। ଏହି ପୋଷ୍ଟରେ ସିକନ୍ଦର ନିଜ ପାଇଁ କାମ ମାଗିଛନ୍ତି। ସିକନ୍ଦରଙ୍କ ଏହି ପୋଷ୍ଟରେ ତାଙ୍କର ଫ୍ୟାନ୍ସମାନେ ପ୍ରତିକ୍ରିୟା ରଖିଛନ୍ତି। କେତେକ ଫ୍ୟାନ୍ସ ଏହାକୁ ଜୋକ୍‌ସ ବୋଲି କହିବା ସହ କେତେଜଣ ଫ୍ୟାନ୍ସ ପରିସ୍ଥିତିକୁ ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ଏହି ପୋଷ୍ଟ ସହ ସିକନ୍ଦର ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସିକନ୍ଦର ଖୁବ୍ ସିରିୟସ ଥିବା ପରି ଲାଗୁଛନ୍ତି। ଫଟୋରେ ସେ ଲେଖିଛନ୍ତି, ‘କାମର ଆବଶ୍ୟକତା ଅଛି।’ ସିକନ୍ଦରଙ୍କ ଏହି ପୋଷ୍ଟରେ ଡାଇରେକ୍ଟର ଅପୂର୍ବ କମେଣ୍ଟ ଦେଇଛନ୍ତି-‘ସାର୍‌, ଅମିତାଭ ବଚ୍ଚନଙ୍କ ପରେ କୌଣସ ବ୍ୟସ୍ତ ଆକ୍ଟରଙ୍କୁ ମୁଁ ଯଦି ଜାଣିଥାଏ, ତେବେ ସେ ହେଉଛନ୍ତି ଆପଣ।’

ଅପୂର୍ବଙ୍କର ଏହି ପୋଷ୍ଟରେ କମେଣ୍ଟ ଦେଇ ସିକନ୍ଦର ଲେଖିଛନ୍ତି-‘ ମନ କହୁଛି, ଆଣ୍ଠୁଏ ପାଣିରେ ବୁଡି ମରନ୍ତି କି !’

Advertisment

ସେହିପରି ଅଙ୍ଗଦ ବେଦୀ ମଧ୍ୟ ସିକନ୍ଦରଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି। ସିକନ୍ଦରଙ୍କ ଏହି ପୋଷ୍ଟରେ ଗୁଡାଏ ହସୁଥିବା ଇମୋଜି ଦେଇଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ