/odishatv-khabar/media/post_attachments/uploadimage/library/16_9/16_9_0/anupam-1_1625502348.jpg)
anupam
ନୂଆଦିଲ୍ଲୀ: କରୋନାଭାଇରସ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦେଶରେ ଏବେ ୧୪ଲକ୍ଷ ୮୩ ହଜାରକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ଅନୁପମ ଖେର ନିଜ ଟ୍ୱିଟ୍ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଅନୁପମ କରୋନା ଟିକା ତିଆରି ହୋଇ ପାରୁନଥିବା ଯୋଗୁ କାନ୍ଦୁଥିବା ଦେଖିବାକୁ ମିଳିଛି। ଅନୁପମ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି।
रहिमन वैक्सीन ढूंढिए
बिन वैक्सीन सब सून...
वैक्सीन बिन हीं बीत गए,
एप्रिल मई और जून... :)
Sometimes Humour is the actually the best medicine. Enjoy this funny poetry in the times of #Lockdown. 🤣🤓😂 pic.twitter.com/9phrdudbQR— Anupam Kher (@AnupamPKher) July 29, 2020
ଭିଡିଓରେ ଅନୁପମ ଖେର ଏକ କବିତା କାନ୍ଦି କାନ୍ଦି କହୁଛନ୍ତି,‘ରହୀମନ ଭ୍ୟାକସିନ୍ ଖୋଜନ୍ତୁ, ବିନା ଭ୍ୟାକ୍ସିନ୍ରେ କିଛି ନାହିଁ। ବିନା ଭ୍ୟାକସିନ୍ରେ..ଏପ୍ରିଲ, ମେ ଏବଂ ଜୁନ୍ ପଳେଇଲାଣି। ଜୁଲାଇ ଓ ଅଗଷ୍ଟ ବି ପଳେଇବ, କିନ୍ତୁ ମନଦୁଃଖ କରନ୍ତୁ ନାହିଁ। ଦୂରରେ ଥିବା ବନ୍ଧୁମାନେ ଏବେ ପାଖକୁ ଆସନ୍ତୁ ନାହିଁ। ଏ ସମୟରେ ଘରେ ରୁହନ୍ତୁ। ସାଙ୍ଗ, ସାଥିଙ୍କ କଥା ମନେପଡ଼ିଲେ ବି କ’ଣ କରାଯିବ। ସମସ୍ତଙ୍କ କଥା ମନରେ ରଖ। ଏଭଳି ପରିସ୍ଥିତିରେ ସାହାସର ସହିତ କାର୍ଯ୍ୟ କରିବା ଉଚିତ୍। ସମସ୍ତଙ୍କ ମନରେ ଭଲ ପାଇବା ରହିବା ଉଚିତ୍।
ଅନୁପମ ଖେର ଟ୍ୱିଟରେ ଆହୁରି କହିଛନ୍ତି,‘ ମତେ ଏ କବିତା କେହି ଜଣେ ପଠେଇଥିଲେ। କବିତା ଶୁଣିକି ମୋତେ ଖୁବ୍ ଭଲ ଲାଗିଥିଲା। ମୋର ତ ମନୋରଞ୍ଜନ ହେଲା କିନ୍ତୁ ମୁଁ ଭାବିଲି ଆପଣଙ୍କର ମଧ୍ୟ ମନୋରଞ୍ଜନ କରିବି। ଆପଣଙ୍କର ମନୋରଞ୍ଜନ ହେଲା ନାଁ, ତେବେ ହସ? ହସୁନାହାନ୍ତି। ଭିଡିଓରେ କବିତାଟିକୁ ଅନୁପମ କାନ୍ଦିଲା ଭଳି ଅଭିନୟ କରି କହୁଥିଲେ। ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।
ଭିଡିଓକୁ ଶେୟାର କରି କ୍ୟାପସନରେ ଅନୁପମ ଲେଖିଛନ୍ତି,‘ ବେଳେବେଳେ ହସ ଶରୀର ପାଇଁ ଭଲ ଔଷଧ ପରି କାମ କରିଥାଏ। ତେବେ ଲକ୍ଡାଉନ୍ ସମୟରେ ଏହି ମଜାଳିଆ କବିତାର ମଜା ନିଅନ୍ତୁ ବୋଲି କହିଛନ୍ତି’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)