Advertisment

‘ ନା ମୋତେ କିଏ କିଣି ପାରିବ... ନା କିଏ ବିକି ପାରିବ ’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନେତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କର ମୃତ୍ୟୁ ପରଠାରୁ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଏଥିସହିତ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ତାଙ୍କ ମୃତ୍ୟୁ ବିଷୟରେ ମୁହଁ ଖୋଲିଛନ୍ତି। ଏ ନେଇ ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ମାନସିକ ସ୍ଥିତିକୁ ଦୃଢ଼ କରିବ। […]

author-image
Mahasweta Baral
ଅଦ୍ୟତନ ହୋଇଛି
‘ ନା ମୋତେ କିଏ କିଣି ପାରିବ... ନା କିଏ ବିକି ପାରିବ ’

ankitaaa

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନେତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କର ମୃତ୍ୟୁ ପରଠାରୁ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଏଥିସହିତ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ତାଙ୍କ ମୃତ୍ୟୁ ବିଷୟରେ ମୁହଁ ଖୋଲିଛନ୍ତି। ଏ ନେଇ ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ମାନସିକ ସ୍ଥିତିକୁ ଦୃଢ଼ କରିବ।

Advertisment
View this post on Instagram

#listeningtomyhigherself

A post shared by Ankita Lokhande (@lokhandeankita) on

ଅଙ୍କିତା ଲୋଖଣ୍ଡେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ  ଶେୟାର କରି ଲେଖିଛନ୍ତି ଯେ ‘ସେମାନେ ମୋଠାରୁ ଅନେକ ଜିନିଷ  ଚାହୁଁଛନ୍ତି। ଏଥିପାଇଁ ମୁଁ ସେମାନଙ୍କ ପାଇଁ ଏହି ଉତ୍ତର ଦେଇ କହିଥିଲି, ସେମାନେ ଚାହୁଁଛନ୍ତି ଯେ ଏଭଳି ପରିସ୍ଥିତିରେ ମୁଁ ସମସ୍ତଙ୍କ ଆଗରେ ଚୁପ୍‌ ରହିବା ସହିତ ମୁଣ୍ଡ ନୁଆଁଇ ସବୁକିଛି ଶୁଣିବି। ‘ମୋ ଦ୍ୱାରା ଏହା ସମ୍ଭବ ନୁହେଁ ’। ମୁଁ ସାଧୁମାନଙ୍କ ପଥରେ ଅଛି। ଦେବୀ ପରି ଜନ୍ମ ହୋଇଛି। ମୋତେ ଏତେ ସହଜରେ କେହି ନେଇ ପାରିବେ ନାହିଁ। ମୁଁ ମୋର ହୃଦୟର କଥାକୁ ଶୁଣିବା ସହିତ ଆତ୍ମାର କଥାକୁ କହିଥାଏ। ନାଁ ମତେ କିଏ କିଣି ପାରିବ ନାଁ ମୋତେ କିଏ ବିକ୍ରି କରି ପାରିବ ବୋଲି ଅଙ୍କିତା କହିଛନ୍ତି।’

Advertisment
View this post on Instagram

A post shared by Ankita Lokhande (@lokhandeankita) on

ଅଙ୍କିତାଙ୍କ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ନିଜ ନିଜର ପ୍ରତିକ୍ରୟା ମଧ୍ୟ ଦେଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅଙ୍କିତା ସୁଶାନ୍ତଙ୍କୁ ନେଇ ନିଜ ଇନଷ୍ଟାଗ୍ରାମରେ କହିଥିଲେ ‘ସତ୍ୟର ନିଶ୍ଚୟ ବିଜୟ ହେବ’।

Advertisment
Advertisment