Advertisment

ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ନେଇ ଭାବବିହ୍ୱଳ ହେଲେ ଅଙ୍କିତା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ୨୪ଜୁଲାଇରେ ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକମାନେ ମଧ୍ୟ ଭଲ ପସନ୍ଦ କରୁଛନ୍ତି। ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। From #pavitrarishta to #dilbechara One last time !!! pic.twitter.com/3tCruDZD1h — Ankita lokhande (@anky1912) July […]

author-image
Mahasweta Baral
ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ନେଇ ଭାବବିହ୍ୱଳ ହେଲେ ଅଙ୍କିତା

susamnta

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଗତ୨୪ଜୁଲାଇରେ ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ପ୍ରଶଂସକମାନେ ମଧ୍ୟ ଭଲ ପସନ୍ଦ କରୁଛନ୍ତି। ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖାଣ୍ଡେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଙ୍କିତା ଭାବପ୍ରବଣ ହୋଇ ଟ୍ୱିଟ୍‌ରେ ଲେଖିଛନ୍ତି,‘ପବିତ୍ର ରିସ୍ତାରୁ ଦିଲ୍‌ ବେଚାରା’, ଶେଷ ଥର ପାଇଁ! ଅଙ୍କିତାଙ୍କ ଏହି ଟ୍ୱିଟ୍‌ ଭାଇରାଲ ହେବାରେ ଲାଗିଛି। ଟ୍ୱିଟ୍‌ରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ସୁଶାନ୍ତଙ୍କ ଦେହାନ୍ତ ପରେ ଅଙ୍କିତା ଭାଙ୍ଗି ପଡ଼ିଥିଲେ। ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି। ଏଥି ସହିତ ସୁଶାନ୍ତଙ୍କର ଶେଷ ଫିଲ୍ମ 'ଦିଲ ବେଚାରା' କ୍ରମାଗତ ଭାବରେ ନୂଆ ରେକର୍ଡ ସୃଷ୍ଟି କରୁଛି। ତାଙ୍କର ଏହି ଫିଲ୍ମକୁ ଦେଖି ସମସ୍ତେ ଭାବପ୍ରବଣ ହୋଇ ପଡ଼ିଛନ୍ତି।

Advertisment

ସୂଚନାଥାଉକି, ‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍‌ ‘ଏମ୍.ଏସ୍ ଧୋନି: ଦ ଅନ୍‌ଟୋଲ୍ଡ‌ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍‌ ଚମତ୍କାର ଥିଲା। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍‌ରେ ହିଟ୍‌ କରିଥିଲା। କ୍ରିକେଟର ଏମ୍‌.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ତିଆରି ହୋଇଥିଲା।

Advertisment
Advertisment