Advertisment

ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପତ୍ନୀ ତଥା ସାଂସଦ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିଲେ । The legend Amitabh Bachchan who […]

author-image
Pradesh Pratyush
ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

a

ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

Advertisment

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପତ୍ନୀ ତଥା ସାଂସଦ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିଲେ ।

Advertisment

ଗତ ସେପ୍ଟେମ୍ବରରେ ଅମିତାଭଙ୍କୁ ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଥିଲା । ତେବେ ଗତ ସପ୍ତାହରେ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ଉତ୍ସବରେ ଅସୁସ୍ଥତା ଦୃଷ୍ଟିରୁ ବିଗ୍ ଯୋଗ ଦେଇପାରିନଥିଲେ । ପୂର୍ବରୁ ଅମିତାଭ ୪ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

Advertisment
Advertisment