Advertisment

ସୁସ୍ଥ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅମିତାଭଙ୍କ ସୁସ୍ଥ ହେବା ଦ୍ୱାରା ତାଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। 🙏🏽 my father, thankfully, has tested negative on his latest Covid-19 test and has been discharged from the hospital. He will now be at home […]

ଅଦ୍ୟତନ ହୋଇଛି
ସୁସ୍ଥ ହେଲେ ଅମିତାଭ ବଚ୍ଚନ

mitabh

Advertisment

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅମିତାଭଙ୍କ ସୁସ୍ଥ ହେବା ଦ୍ୱାରା ତାଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି।

Advertisment

https://twitter.com/juniorbachchan/status/1289882915598295040?s=20

ଅଭିଷେକ ଟ୍ୱିଟ୍ କରି କହିଛନ୍ତି, ସୌଭାଗ୍ୟବଶତଃ ମୋ ବାପାଙ୍କର କୋଭିଡ୍‌-୧୯ ଟେଷ୍ଟ ନେଗେଟିଭ୍ ଆସିଛି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ବର୍ତ୍ତମାନେ ସେ ଘରେ ଅଛନ୍ତି ଏବଂ ଆରାମ କରୁଛନ୍ତି। ସମସ୍ତଙ୍କ ପ୍ରାର୍ଥନା ଏବଂ ଶୁଭେଚ୍ଛା କାମ ଆସିଲା।

ସୂଚନାଯୋଗ୍ୟ, ଅମିତାଭଙ୍କ ବ୍ୟତୀତ ତାଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟାଙ୍କ ମଧ୍ୟ କରୋନାରେ ଆକ୍ରାନ୍ତ ଥିଲେ। କିନ୍ତୁ ଉଭୟ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।

Advertisment

ଜୁଲାଇ ୧୨ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଗ୍‌ବି ଅମିତାଭ ବଚ୍ଚନ। ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଥିଲେ। ଏନେଇ ସୂଚନା ଦେଇଥିଲେ ହସ୍ପିଟାଲର ମୁଖପାତ୍ର। ନିଜେ ଅମିତାଭ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ଜଣାଇଥିଲେ।

ବିଗବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ସଦସ୍ୟଙ୍କର କରୋନା ଟେଷ୍ଟ କରାଯାଇଥିଲା। ଅମିତାଭଙ୍କ ପରେ ଅଭିଷେକ, ବୋହୂ ଐଶ୍ଵର୍ଯ୍ୟା ଓ ନାତୁଣୀ ଆରାଧ୍ୟା ବି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ଅମିତାଭ ବଙ୍ଗଳା ସିଲ୍ କରି ସାନିଟାଇଜ୍ କରିଥିଲା ବିଏମ୍‌ସି।

Advertisment

୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ ରହିଥିଲା ତେଣୁ ଏହି ଫିଲ୍ମ ସୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ରହିଛି।

ଅମିତାଭ ବଚ୍ଚନଙ୍କ ପରେ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ଙ୍କ ମାଆ, ଭାଇ, ଭାଉଜ ଓ ଝିଆରୀ ବି କରୋନା ପିଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଅନୁପମଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏନେଇ ନିଜେ ଟ୍ୱିଟ୍ କରି ସୂଚନା  ଦେଇଥିଲେ ଅନୁପମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ