Advertisment

ଅମିତାଭ ବଚ୍ଚନ ନିଜ ବାପାଙ୍କ ସହ କଥା ହେଉଥିବାର ଭିଡ଼ିଓ ସେୟାର କଲେ

ଅମିତା ବଚ୍ଚନ ଏମତି ଏକ ନାଁ ଯାହାଙ୍କ କୌଣସି ପରିଚୟ ଦେବା ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ସିନେମା ବ୍ୟତୀତ ରାଜନୀତି , କବିତା ଓ ନିଜର ଗୀତ ଗାଇବାକୁ ନେଇ ସେ ସାରା ଦୁନିଆରେ ପରିଚିତ । ଏହି ପ୍ରସିଦ୍ଧ ଅଭିନେତା କେବିସିର ୧୦ ଟି ସିଜିନ୍‌ର ହୋଷ୍ଟ ରହିଛନ୍ତି ଏବଂ ଏବେ ମଧ୍ୟ ସେହି ସୋ’ର ସେ ଚିହ୍ନା ମୁହଁ ପାଲଟିଯାଇଛନ୍ତି । ଅମିତାଭ ହେଉଛନ୍ତି ବଲିଉଡ୍‌ର […]

author-image
Pradesh Pratyush
ଅମିତାଭ ବଚ୍ଚନ ନିଜ ବାପାଙ୍କ ସହ କଥା ହେଉଥିବାର ଭିଡ଼ିଓ ସେୟାର କଲେ

amitabh

ଅମିତା ବଚ୍ଚନ ଏମତି ଏକ ନାଁ ଯାହାଙ୍କ କୌଣସି ପରିଚୟ ଦେବା ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ସିନେମା ବ୍ୟତୀତ ରାଜନୀତି , କବିତା ଓ ନିଜର ଗୀତ ଗାଇବାକୁ ନେଇ ସେ ସାରା ଦୁନିଆରେ ପରିଚିତ । ଏହି ପ୍ରସିଦ୍ଧ ଅଭିନେତା କେବିସିର ୧୦ ଟି ସିଜିନ୍‌ର ହୋଷ୍ଟ ରହିଛନ୍ତି ଏବଂ ଏବେ ମଧ୍ୟ ସେହି ସୋ’ର ସେ ଚିହ୍ନା ମୁହଁ ପାଲଟିଯାଇଛନ୍ତି ।

Advertisment

ଅମିତାଭ ହେଉଛନ୍ତି ବଲିଉଡ୍‌ର ଜଣେ ଉଚ୍ଚ ପରିବାରରୁ ଆସିଥିବା କଳାକାର । ଆଉ ବିଗ୍‌ ମଧ୍ୟ ବି ବଚ୍ଚନ ସଂପ୍ରଦାୟର ସବୁଠୁ ବଡ଼ । ଅମିତାଭ ୧୯୬୯ ମସିହାରେ ଫିଲ୍ମ  ସାତ୍‌ ହିନ୍ଦୁସ୍ତାନୀ ଜରିଆରେ ବଲିଉଡ୍‌ରେ  ନିଜର ଡେବ୍ୟୁ କରିଥିଲେ । ୫୦ ବର୍ଷ ହେଲା ସେ ରାଜ୍‌ କରୁଛନ୍ତି ବଲିଉଡ୍‌ରେ । ଆଉ ଏବେ ମଧ୍ୟ ଖୁବ୍‌ ସକ୍ରିୟ ଓ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି ।

ବଲିଉଡ୍‌ରେ ଅର୍ଦ୍ଧ ଶତକ ମାରିଥିବା ଅମିତାଭ ପ୍ରଶଂସକଙ୍କ ଠାରୁ ବହୁତ ଭଲପାଇବା ପାଇଛନ୍ତି ଏବଂ ଜଣେ ଅତୁଳନୀୟ ଅଭିନେତା ଭାବେ ଅନେକ ଫ୍ୟାନ୍‌ସ ତିଆରି କରିଛନ୍ତି।

Advertisment

ନିଜର ଅଫିସିଆଲି ଟ୍ୱିଟର ଆକାଉଣ୍ଟରେ ଏବେ ବିଗ୍‌ ବି ନିଜ ବାପାଙ୍କର ପୁରୁଣା ଭିଡ଼ିଓ ସେୟାର କରିଛନ୍ତି । ଏହା ତାଙ୍କ ପରିବାର ଲୋକଙ୍କ ସହ ବସି କଥାବାର୍ତ୍ତା ହେଉଥିବା ବେଳର । ଏହି ଭିଡ଼ିଓରେ ସେ ବାପା ହରିବଂଶ ରାୟ ବଚ୍ଚନ ଓ ମା ତେଜି ବଚ୍ଚନଙ୍କ ସହ କଥାବାର୍ତ୍ତା ହେଉଥିବାର ନଜର ଆସୁଛନ୍ତି । ସ୍ତ୍ରୀ ଜୟା ବଚ୍ଚନ ମଧ୍ୟ ଭିଡ଼ିଓରେ ଅଛନ୍ତି । ସମସ୍ତେ ମିଶି ହସଖୁସି ମଜାମସ୍ତି କରୁଛନ୍ତି , ଏହା ଏକ ଉତ୍ତମ ପରିବାରର ବାର୍ତ୍ତା ଦେଉଛି ।

ଏହି

ପୁରୁଣା ସ୍ମୃତିକୁ ରିଟ୍ୱିଟ୍‌ କରି ଅମିତାଭ ଲେଖିଛନ୍ତି , ‘’ ଏମିତି ମୁହୂର୍ତ୍ତକୁ ବାରମ୍ବାର ଭଲ ପାଇଲି ପୁଣି ଜିଇଁଲି  ‘’ ।

Advertisment
Advertisment