Advertisment

ଅମିତାଭ କହିଲେ ‘ସେଲଫି’ର ହିନ୍ଦି ଅର୍ଥ

ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍‌ କାମ ହେଇଥାଏ ।  ଯେମିତି କି ‘ସେଲଫି’ । ଏହି ଶବ୍ଦକୁ ହିନ୍ଦିରେ କଣ କହିବା ବୋଧେ କେହି କେବେ ଜାଣିବାକୁ ଚେଷ୍ଟା କରନ୍ତିନି । କିନ୍ତୁ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶବ୍ଦର ଅର୍ଥ କହିଛନ୍ତି । ବିଗ୍‌ […]

author-image
Pradesh Pratyush
ଅମିତାଭ କହିଲେ ‘ସେଲଫି’ର ହିନ୍ଦି ଅର୍ଥ

amitabh

ମୁମ୍ୱାଇ : ଇଂରାଜୀର ପ୍ରତି ଶବ୍ଦର ହିନ୍ଦିରେ କିଛି କିଛି ନା ଅର୍ଥ ରହିଥାଏ । କିନ୍ତୁ ଏମିତି କିଛି ଶବ୍ଦ ଅଛି , ଯାହାର ହିନ୍ଦି ଶବ୍ଦ ଖୋଜିବା ବହୁତ ମୁସ୍କିଲ୍‌ କାମ ହେଇଥାଏ ।  ଯେମିତି କି ‘ସେଲଫି’ ।

Advertisment

ଏହି ଶବ୍ଦକୁ ହିନ୍ଦିରେ କଣ କହିବା ବୋଧେ କେହି କେବେ ଜାଣିବାକୁ ଚେଷ୍ଟା କରନ୍ତିନି । କିନ୍ତୁ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଶବ୍ଦର ଅର୍ଥ କହିଛନ୍ତି । ବିଗ୍‌ ବି  ‘ସେଲଫି’ର ହିନ୍ଦି ଭର୍ସନ ବିଷୟରେ କହିଛନ୍ତି ।

ଅମିତାଭ ‘ସେଲଫି’ର ଅର୍ଥ କହିବା ସହ ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ଏବଂ ଏହାର କ୍ୟାପସନରେ ‘ସେଲଫି’ର ହିନ୍ଦି ଅର୍ଥ କଣ ହେବ ଦର୍ଶାଇଛନ୍ତି। ଲେଖିଛନ୍ତି – ‘ବ୍ୟକ୍ତିଗତ ଦୂରଭାଷିତ ଯନ୍ତ୍ରରୁ ହସ୍ତ ଉତ୍ପାଦିତ ସ୍ୱଚିତ୍ର ’,

Advertisment

ଉଲ୍ଲେଖନୀୟ ଯେ , ନିକଟରେ ୭୭ ବର୍ଷିୟ ଅମିତାଭଙ୍କୁ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପୁରସ୍କୃତ କରାଯାଇଛି।

ଏହା ପୂର୍ବରୁ ଅମିତାଭଙ୍କୁ ସରକାର ୧୯୮୪ରେ ପଦ୍ମଶ୍ରୀ , ୨୦୦୧ରେ ପଦ୍ମ ଭୂଷଣ ଓ ୨୦୧୫ରେ ପଦ୍ମ ବିଭୂଷଣରେ ସମ୍ମାନିତ କରିଥିଲେ ।

Advertisment
Advertisment