/odishatv-khabar/media/post_attachments/uploadimage/library/16_9/16_9_0/alia_1626339031.jpg)
alia
ମୁମ୍ବାଇ: ଚୁଲ୍ବୁଲି ଆଲିଆ ଭଟ୍ଟଙ୍କୁ ବଲିଉଡ୍ର ଜଣେ ଦକ୍ଷ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବନି। ଏତେ କମ୍ ବୟସରେ ବଲିଉଡ୍ରେ ସେ ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍। ଆଉ ଭାବିଲେ ଦେଖି ଆଲିଆଙ୍କର ଯଦି କିଛି ସ୍ୱପ୍ନ ପୂରା ହେବ ତାଙ୍କ ଫ୍ୟାନ୍ମାନେ କେତେ ଖୁସି ନ ହେବେ। ଆମେ ଏମିତି କହିବାର ଅର୍ଥ ହେଉଛି ଆଲିଆଙ୍କର ପିଲାଦିନର ଏକ ସ୍ୱପ୍ନ ପୂରା ହୋଇଛି।
ଆଉ ସେ ତାଙ୍କ ଖୁସିକୁ ଲୁଚାଇ ନ ପାରି ଟ୍ୱିଟ୍ କରି ନିଜ ଫ୍ୟାନ୍ଙ୍କୁ ଜଣାଇଛନ୍ତି। ତେବେ ଆଲିଆଙ୍କର ସେ ସ୍ୱପ୍ନ ଟି କ’ଣ ଜାଣିଛନ୍ତି?
ସେ ସ୍ୱପ୍ନଟି ହେଉଛି, ଆଲିଆ ବହୁଦିନରୁ ସ୍ୱପ୍ନ ଦେଖୁଥିଲେ ଯେ ସେ କେବେ ବଲିଉଡ୍ର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଏବଂ ଦବଙ୍ଗ ଖାନ୍ ସଲ୍ମାନଙ୍କ ସହ କାମ କରିବେ। ଆଉ ବଲିଉଡ୍ରେ ୭ ବର୍ଷ ଅଭିନୟ କରିବା ପରେ ଏହି ସ୍ୱପ୍ନ ଏବେ ତାଙ୍କର ପୂରା ହେବାକୁ ଯାଉଛି।
ସେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ “ଇନ୍ସାଆଲ୍ଲା” (Inshallah)ରେ ଅଭିନୟ କରିବେ। ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ସଲ୍ମାନ ଖାନ୍ ଅଭିନୟ କରିବେ।
ଆଲିଆ ଭଟ୍ଟ ଏହି ଘଟଣାକୁ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଟ୍ୱିଟ୍ରରେ ଲେଖିଛନ୍ତି ଯେ, “ଖୋଲା ଆଖିରେ ସ୍ୱପ୍ନ ଦେଖିବା ଦରକାର ଆଉ ମୁଁ ଏହା କରିଛି। ବଲିଉଡ୍ରେ ସଞ୍ଜୟ ଲୀଲା ଭଂସାଲୀ ଆଉ ସଲମାନ ଦୁହେଁ ଧମାଲ୍ କରନ୍ତି। ମୁଁ ସେ ଦୁହିଁଙ୍କ ସହ କାମ କରିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ”।
Dream with your eyes wide open they say & I did. Sanjay Sir and Salman Khan are magical together & I can't wait to join them on this beautiful journey called “Inshallah” ❤#Inshallah#SLB@BeingSalmanKhan@bhansali_produc@SKFilmsOfficial@prerna982
— Alia Bhatt (@aliaa08) 19 March 2019
ଏହା ପୂର୍ବରୁ ଆଲିଆ ଆଉ ଏକ ଟ୍ୱିଟ୍ରେ ଲେଖିଛନ୍ତି ଯେ, “ମୁଁ ଯେତେବେଳେ ୯ ବର୍ଷର ହୋଇଥିଲି ସେତେବେଳେ ସଞ୍ଜୟ ଲୀଲା ଭଂସାଲୀଙ୍କ ଅଫିସ୍ ଯାଇଥିଲି। ସବୁବେଳେ ମୁଁ ଚାହୁଁଥିଲି ଯେ, ମୁଁ ତାଙ୍କ ଆଗାମୀ ଫିଲ୍ମରେ କାମ କରିବି। ଆଉ ତାହା ଏବେ ସତ ହେଲା”।
It’s been 20 years but I am glad Sanjay and I are finally back in his next film, Inshallah. Looking forward to work with Alia and inshallah we will all be blessed on this journey.#Inshallah#SLB@aliaa08@bhansali_produc@SKFilmsOfficial
— Salman Khan (@BeingSalmanKhan) 19 March 2019
ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ “କଲଙ୍କ” ଆସିବାକୁ ଯାଉଛି। କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା। ଫିଲ୍ମରେ ଆଲିଆ ଭଟ୍ଟଙ୍କ ସହ ବରୁଣ ଧୱନ୍, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ୍ ଓ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟିଜର୍କୁ ଦର୍ଶକଙ୍କ ଖୁବ୍ ରବଲ ପାଇବା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)