Advertisment

ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଏକାଠି କାମ କରିବେ ଅଜୟ ଓ ଆଲିଆ

ମୁମ୍ବାଇ: ବଲିଉଡ୍‌ ସିଙ୍ଘମ୍‌ ଅଜୟ ଦେବଗନ୍‌ ଓ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ କରି ପରଦାରେ ଏକାଠି ଦେଖିବାକୁ ମିଳିବ। ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ […]

author-image
Sangita Sahu
ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଏକାଠି କାମ କରିବେ ଅଜୟ ଓ ଆଲିଆ

alia

ମୁମ୍ବାଇ: ବଲିଉଡ୍‌ ସିଙ୍ଘମ୍‌ ଅଜୟ ଦେବଗନ୍‌ ଓ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ କରି ପରଦାରେ ଏକାଠି ଦେଖିବାକୁ ମିଳିବ। ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ ଏହି ସିନେମାରେ ଅଜୟ ଦେବଗନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂଆର୍‌ମିକାରେ ଦେଖିବାକୁ ମିଳିବ।

Advertisment

publive-imageଏସଏସ୍‌ ରାଜମୌଲି ଆହୁରି ମଧ୍ୟ କହିଛନ୍ତି ଯେ ‘ଆରଆରଆର୍‌’ର କଥାବସ୍ତୁ ସ୍ୱାଧୀନତା ପୂର୍ବବର୍ତ୍ତୀ-୧୯୨୦ ସମୟର ଘଟଣା ଉପରେ ଆଧାରିତ। ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରମ୍ମା ରାଜୁ ଓ କୋମରାମ୍‌ ଭୀମ୍‌ଙ୍କ ଉପରେ ଏହା ପର୍ଯ୍ୟବସିତ। ଏହି ସିନେମାରେ ଜୁନିଅର ଏନ୍‌ଟି ଆର୍‌ କୋରାମ୍‌ ଭୀମ୍‌ ଓ ରାମ ଚରଣ ଆଲୁରି ସୀତାରମ୍ମା ରାଜୁ ଭୂମିକାରେ ଅଭିନୟ କରିବେ ବୋଲି କହିଛନ୍ତି। ଏହି ସିନେମା ୨୦୨୦ ଜୁଲାଇ ୩୦ ତାରିଖରେ ଦଶଟି ଭାରତୀୟ ଭାଷାରେ ରିଲିଜ୍‌ ହେବ ବୋଲି ମଧ୍ୟ ଜଣାଯାଇଛି।

Advertisment
Advertisment