/odishatv-khabar/media/post_attachments/uploadimage/library/16_9/16_9_0/3-29_1626259204.jpg)
3
ମୁମ୍ବାଇ: ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ଦେଖିବା ନେଇ କିଏ ବା ଆଶାବାନ୍ଧି ନ ବସିଥାଏ। ତାହା ପୁଣି ସୁଟିଂ ଶେଷ ହୋଇ ରିଲିଜ ଅପେକ୍ଷାରେ ଥିବ ଆଉ ତାରିଖ ଗଡ଼ି ଗଡ଼ି ଯାଉଥିବ ଏହାକୁ କୋଉ ସିନେପ୍ରେମୀ ବା ଧୈର୍ଯ୍ୟର ସହ ଅପେକ୍ଷା କରିବ। ସେହିପରି ଏକ ଫିଲ୍ମ ହେଲା 'ବେଲ ବଟମ'। ଦୀର୍ଘ ଦିନ ଧରି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ବେଲ ବଟମ' ରିଲିଜକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। କିନ୍ତୁ କରୋନାର ଦ୍ୱିତୀୟ ତରଙ୍ଗ ପୁଣି ଥରେ ମନୋରଞ୍ଜନ ଶିଳ୍ପର ଗତିକୁ ବନ୍ଦ କରିଦେଇଛି। ଅନେକ ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଥିବା ବେଳେ ଅନେକ ଫିଲ୍ମ ରିଲିଜକୁ ନେଇ ସଙ୍କଟ ଦେଖାଦେଇଛି। 'ବେଲ୍ ବଟମ୍' ଫିଲ୍ମର ନିର୍ମାତା ଜ୍ୟାକି ଭାଗ୍ନାନୀ ଏହାକୁ ମେ ୨୮ ରେ ପ୍ରେକ୍ଷାଳୟରେ ରିଲିଜ୍ କରିବାକୁ ଘୋଷଣା କରିଥିଲେ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ବର୍ତ୍ତମାନ 'ବେଲ୍ ବଟମ୍'କୁ ଓଟିଟିରେ ରିଲିଜ୍ କରିବା ନେଇ ନିଷ୍ପତ୍ତି ନିଆଯାଇଛି।
ଅକ୍ଷୟ କୁମାରଙ୍କ ଫିଲ୍ମ 'ବେଲ ବଟମ୍' ୨୦୨୧ର ବଡ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଦର୍ଶକମାନଙ୍କୁ ଆଉ ଅପେକ୍ଷା ନ କରେଇ ଚଳଚ୍ଚିତ୍ର ନିର୍ମାତା ଏହାକୁ ଓଟିଟି ରିଲିଜ୍ କରିବାକୁ ଯାଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହଟଷ୍ଟାରରେ ଫିଲ୍ମ ରିଲିଜ ହେବାର ଚୁକ୍ତି ପ୍ରାୟ ନିଶ୍ଚିତ ହୋଇଛି।
/odishatv-khabar/media/post_attachments/wp-content/uploads/2021/04/2-31.jpg)
ତେବେ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ହଟଷ୍ଟାର ପୂର୍ବରୁ ଆମାଜନ ପ୍ରାଇମ ସହିତ ଏହାର ରିଲିଜ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମୟରେ, ହଟଷ୍ଟାର ଅଧିକ ଟଙ୍କା ପ୍ରଦାନ କରିଥିବା ବେଳେ ସେ ଏହି ଫିଲ୍ମ ପାଇଥିବା ଜଣାଯାଇଛି। ଯଦିଓ ଏହି ଡିଲ୍ କେତେ ଟଙ୍କାର ହୋଇଛି, ତାହା ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ଭଲ ଅର୍ଥରେ ଏହି ଡିଲ୍ ହୋଇଛି। ଏକ ବିମାନ ଅପହରଣ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ବାଣୀ କପୁର, ଲାରା ଦତ୍ତା, ହୁମା କୁରେଶି ଏବଂ ଆଦିଲ ହୁସେନ ମଧ୍ୟ ନଜରକୁ ଆସିବେ।
ପ୍ରକାଶ ଥାଉକି ଓଟିଟି ପ୍ଲାଟଫର୍ମରେ ବଡ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ରିଲିଜ୍ କରିବା ଏକ କ୍ଷତି ବୋଲି ବିବେଚନା କରାଯାଏ। ତେବେ ଏହି ଫିଲ୍ମ ପାଇଁ ନିର୍ମାତା ଆଶାବାନ୍ଧିଥିବା ରୋଜଗାର କରିବାକୁ ସକ୍ଷମ ହେବେନି ବୋଲି ଆଶା କରାଯାଉଛି। ଏହି କାରଣରୁ ଅକ୍ଷୟ କୁମାରଙ୍କ ବଡ ବଜେଟ୍ ଫିଲ୍ମ 'ସୂର୍ଯ୍ୟବଂଶୀ' ଏକ ବର୍ଷରୁ ଅଧିକ ସମୟ ଧରି ରିଲିଜକୁ ଅପେକ୍ଷା କରିଛି। ଏହି ସିନେମା ୧୦୦ କୋଟିରୁ ଅଧିକ ବଜେଟରେ ନିର୍ମିତ ଏକ ଚଳଚ୍ଚିତ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)