Advertisment

ନୂଆ ବଙ୍ଗଳା ପାଇଁ ୧୮ କୋଟି ଋଣ କଲେ ଅଜୟ ଦେବଗନ୍

ମୁମ୍ବାଇ: କରୋନା ମହାମାରୀ କାଳରେ ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ତଥା ସିଂଘମ୍ ଅଜୟ ଦେବଗନ ଏକ ବିଳାସପୂର୍ଣ୍ଣ ସମ୍ପତ୍ତି କିଣିଛନ୍ତି। ଅଜୟ ଦେବଗନ୍ ମୁମ୍ବାଇର ଜୁହୁ ଅଞ୍ଚଳରେ କୋଟି କୋଟି ଟଙ୍କାର ଘର କିଣିଛନ୍ତି। ଖବର ଅନୁଯାୟୀ, ଗତ ବର୍ଷ ନଭେମ୍ବର-ଡିସେମ୍ବର…

author-image
Pramod Behera
ନୂଆ ବଙ୍ଗଳା ପାଇଁ ୧୮ କୋଟି ଋଣ କଲେ ଅଜୟ ଦେବଗନ୍

3

ମୁମ୍ବାଇ: କରୋନା ମହାମାରୀ କାଳରେ ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ତଥା ସିଂଘମ୍ ଅଜୟ ଦେବଗନ ଏକ ବିଳାସପୂର୍ଣ୍ଣ ସମ୍ପତ୍ତି କିଣିଛନ୍ତି। ଅଜୟ ଦେବଗନ୍ ମୁମ୍ବାଇର ଜୁହୁ ଅଞ୍ଚଳରେ କୋଟି କୋଟି ଟଙ୍କାର ଘର କିଣିଛନ୍ତି। ଖବର ଅନୁଯାୟୀ, ଗତ ବର୍ଷ ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି ଡିଲ୍ କରାଯାଇଥିଲା। ଅଜୟ ଦେବଗନଙ୍କ ଏହି ନୂତନ ବଙ୍ଗଳା କାପୋଲ ସମବାୟ ହାଉସିଂ ସୋସାଇଟିରେ ଅବସ୍ଥିତ। ଏହାପୂର୍ବରୁ ଏହି ବଙ୍ଗଳାଟି ଭବେଶ ବାଲକ୍ରିଷ୍ଣା ୱାଲିଆ ନାମକ ଜଣେ ବ୍ୟକ୍ତିଙ୍କର ମାଲିକାନାରେ ଥିଲା, ଯାହା ବର୍ତ୍ତମାନ ଉଭୟ ଅଜୟ ଦେବଗନଙ୍କ ମାତା ବୀଣା ଭିରୁ ଦେବଗନ୍ ଓ ବିଶାଲ ଭିରୁ ଦେବଗନଙ୍କ ନାମରେ ସ୍ଥାନାନ୍ତରିତ ହୋଇଛି।

Advertisment

publive-image

ବର୍ତ୍ତମାନ ଅଜୟ ଦେବଗନଙ୍କ ଏହି ବଙ୍ଗଳା ବିଷୟରେ ବଡ ଖବର ସାମ୍ନାକୁ ଆସିଛି, ଯାହା ଅନୁଯାୟୀ ଅଜୟ ଦେବଗନ ଏହି ବଙ୍ଗଳା ପାଇଁ କୋଟି କୋଟି ଟଙ୍କା ଋଣ ନେଇଛନ୍ତି। ‘ବଲିଉଡ ହଙ୍ଗାମା’ର ରିପୋର୍ଟ ଅନୁଯାୟୀ ଅଭିନେତା ଏହି ବଙ୍ଗଳା ପାଇଁ ୧୮.୭୫ କୋଟି ଋଣ ନେଇଛନ୍ତି। ବଙ୍ଗଳାର ମୂଲ୍ୟ ପ୍ରାୟ ୪୭ କୋଟି, ଯେଉଁଥିପାଇଁ ଅଜୟ ଦେବଗନ ୨.୭୩ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି।

publive-image

ଅଜୟ ଦେବଗନଙ୍କ ଏହି ନୂଆ ଆଲିଶାନ୍ ବଙ୍ଗଳା ୪୭୪.୪ ବର୍ଗ ମିଟର ଉପରେ ବ୍ୟାପିଛି। ସେ ୨୬ ଡିସେମ୍ବର ୨୦୨୦ରେ ଏହି ବଙ୍ଗଳା କିଣିଥିବା ବେଳେ ୨୭ ଏପ୍ରିଲ ୨୦୨୧ରେ ଋଣ ନେଇଥିଲେ। ଅଜୟ ଦେବଗନଙ୍କ ଏହି ନୂଆ ବଙ୍ଗଳା ତାଙ୍କ ଘର ଶିବ ଶକ୍ତି ନିକଟରେ, ଯେଉଁଠାରେ ସେ ଓ ତାଙ୍କ ପରିବାର ବର୍ତ୍ତମାନ ରହୁଛନ୍ତି।

Advertisment

publive-image

ଅଜୟ ଦେବଗନଙ୍କ ନୂଆ ବଙ୍ଗଳାନୁ ନେଇ ଏହା ପୂର୍ବରୁ ଖବର ଆସିଥିଲା ଯେ ଏନେଇ ସେ ୬୦ କୋଟି ଟଙ୍କା ଦେଇଥିଲେ। ଗତ ବର୍ଷ ନିଜେ ଅଜୟ ଦେବଗାନ୍ ଓ କାଜୋଲଙ୍କ ବିଷୟରେ ଏକ ଆଲୋଚନା ହେଉଥିଲା ଯେ ଉଭୟ ନିଜ ପାଇଁ ଏକ ନୂଆ ଘର ଖୋଜୁଛନ୍ତି। ଏବେ ଯେତେବେଳେ ସେମାନେ ତାଙ୍କ ପାଇଁ ଏକ ନୂଆ ଘର କିଣି ନେଇଛନ୍ତି, ଏନେଇ ଖବର ଏବେ ଚର୍ଚ୍ଚାରେ ରହିଛି।

publive-image

ଅଜୟ ୱାର୍କ ଫ୍ରଣ୍ଟ କଥା ଯଦି ଆଲୋଚନା କରାଯାଏ ତେବେ ଆଗକୁ ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ରେଡ୍-୨, ରୋହିତ୍ ସେଟ୍ଟି ନିର୍ଦ୍ଦେଶିତ ଗୋଲମାଲ-୫, ସିଙ୍ଗମ୍-୩, ସବଲ ଶେଖୱାତ୍ ନିର୍ଦ୍ଦେଶିତ ଗବର, ‍ଇନ୍ଦ୍ର କୁମାର ନିର୍ଦ୍ଦେଶିତ ଥ୍ୟାଙ୍କ୍ ଗଡ୍, ନିରଜ୍ ପାଣ୍ଡେ ନିର୍ଦ୍ଦେଶିତ ଚାଣକ୍ୟ ଆଦି ରହିଛି। ଏହି ସବୁ ସିନେମାଗୁଡିକ୍ ଆକ୍ସନ୍ ଆଉ କମେଡିରେ ଭରପୂର ଥିବା ବେଳେ ଦର୍ଶକଙ୍କୁ ନିଶ୍ଚିତ ମନୋରଞ୍ଜନର ଖୋରାକ୍ ଯୋଗେଇବ।

Advertisment
Advertisment