/odishatv-khabar/media/post_attachments/uploadimage/library/16_9/16_9_0/bachan_1625510567.jpg)
bachan
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଦୁହିଁଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଏନେଇ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଅଭିଷେକ କହିଛନ୍ତି ଯେ ସେ ଏବଂ ତାଙ୍କ ବାପା ଅମିତାଭ ବଚ୍ଚନ ଏବେ ଡାକ୍ତରଖାନାରେ ମେଡିକାଲ କର୍ମଚାରୀଙ୍କ ଅବଜରଭେସନ୍ରେ ରହିବେ।
Mumbai: Aishwarya Rai Bachchan, daughter Aaradhya discharged from Nanavati Hospital after testing negative for #COVID19pic.twitter.com/9OxkJuaA9A
— ANI (@ANI) July 27, 2020
ଅଭିଷେକ ଟ୍ୱିଟ୍ କରି ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇ ଲେଖିଛନ୍ତି, ‘ଆପଣଙ୍କର ପ୍ରାର୍ଥନା ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କ ନିକଟରେ ସର୍ବଦା ଋଣି ହୋଇ ରହିବୁ। ଦୁହିଁଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ମଧ୍ୟ କରାଯାଇଛି। ଏବେ ଦୁହେଁ ଘରେ ରହିବେ। ମୁଁ ଓ ମୋ ବାପା ଡାକ୍ତରଖାନାର ଡାକ୍ତରୀ କର୍ମଚାରୀଙ୍କ ଯତ୍ନରେ ରହିବୁ।’
କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନଙ୍କର କରୋନାର ରିପୋର୍ଟ ପଜିଟିଭ୍ ଆସିଥିଲା। ଅଭିଷେକ ବଚ୍ଚନ ଏବଂ ଅମିତାଭ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଥିଲେ।
ଅମିତାଭ ଡାକ୍ତରଖାନାରେ ରହିବା ସମୟରେ ଏକ ପୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ଡାକ୍ତରଖାନାରେ କରୋନା ରୋଗୀ କିପରି ଚିକିତ୍ସିତ ହେଉଛନ୍ତି। ସେ ଲେଖିଛନ୍ତି ‘କୋଭିଡ-୧୯ ରୋଗୀଙ୍କୁ ଡାକ୍ତରଖାନାର ଏକ ଅଲଗା ୱାର୍ଡରେ ରଖାଯାଇଥାଏ। ଯାହାଫଳରେ ସେ ଅନ୍ୟମାନଙ୍କୁ ସପ୍ତାହେ ପର୍ଯ୍ୟନ୍ତ ଦେଖି ପାରିବେ ନାହିଁ। ନର୍ସ ଓ ଡାକ୍ତରମାନେ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନେ ସବୁବେଳେ ପିପିଇ କିଟ୍ ପିନ୍ଧିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)