Advertisment

ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଝିଅ ସାରା ଅଲ୍ଲୀ ଖାନ୍‌ କେଦାରନାଥ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ଏବେ ସାନ ଭାଇ ବଲିଉଡ୍‌ରେ ପାଦ ଥାପିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସ୍ପଟ୍‌ ବୟକୁ ଦେଇଥିବା ଏକ ସାକ୍ଷାତକାରରେ ସୈଫ୍‌ ଅଲ୍ଲୀ ଖାନ୍‌ ଇବ୍ରାହିମ୍‌ ଏବେ ପୁରା ବଲିଉଡ୍‌ ପାଇଁ ଫିଟ୍‌ ଅଛନ୍ତି। ସେ ଏବଂ ସାରା ଦୁହେଁ ଫିଲ୍ମ ଜଗତରେ କାମ […]

ବଲିଉଡ୍‌ରେ ଡେବ୍ୟୁ କରିବେ ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌!

ibrahim

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଝିଅ ସାରା ଅଲ୍ଲୀ ଖାନ୍‌ କେଦାରନାଥ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ଏବେ ସାନ ଭାଇ ବଲିଉଡ୍‌ରେ ପାଦ ଥାପିବା ନେଇ ଚର୍ଚ୍ଚା ହେଉଛି।

Advertisment

ନିକଟରେ ସ୍ପଟ୍‌ ବୟକୁ ଦେଇଥିବା ଏକ ସାକ୍ଷାତକାରରେ ସୈଫ୍‌ ଅଲ୍ଲୀ ଖାନ୍‌ ଇବ୍ରାହିମ୍‌ ଏବେ ପୁରା ବଲିଉଡ୍‌ ପାଇଁ ଫିଟ୍‌ ଅଛନ୍ତି। ସେ ଏବଂ ସାରା ଦୁହେଁ ଫିଲ୍ମ ଜଗତରେ କାମ କରନ୍ତୁ ବୋଲି ସୈଫ୍‌ ସବୁବେଳେ ଇଚ୍ଛା ରଖିଥିଲେ। କିନ୍ତୁ ଇବ୍ରାହିମ୍‌ ପୂର୍ବରୁ ଫିଟ୍‌ ନଥିଲେ ଏବଂ ସେ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ନଥିବାରେ ଅଭିନୟ ଦୁନିଆରେ ସାମିଲ୍‌ ହୋଇପାରୁନଥିଲେ ବୋଲି ସୈଫ୍‌ କହିଛନ୍ତି।

ସୈଫ୍‌ ଆହୁରି କହିଛନ୍ତି, ଇବ୍ରାହିମ୍‌ ବଡ ହୋଇ କ୍ରିକେଟର ହୁଅନ୍ତୁ ବୋଲି ତାଙ୍କ ଜେଜେବାପା ମନସୁର୍‌ ଅଲ୍ଲୀ ଚାହୁଁଥିଲେ। ଇବ୍ରାହିମ୍‌ ଭଲ କ୍ରିକେଟ୍‌ ଖେଳନ୍ତି। କିନ୍ତୁ ଥରେ ଇବ୍ରାହିମ୍‌କୁ କ୍ରିକେଟ୍‌ ଏବଂ ଅଭିନୟ ମଧ୍ୟରୁ ଗୋଟେ ବାଛିବାକୁ କୁହାଯାଇଥିଲା। ସେ ସମୟରେ ଇବ୍ରାହିମ୍‌ ଅଭିନୟ ବାଛିଥିଲେ ବୋଲି ସୈଫ୍‌ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ