Advertisment

ଅପ୍‌ସରାଙ୍କ ପରେ ରାମୁଙ୍କ ଫିଲ୍ମରେ ଆଉଜଣେ ଓଡ଼ିଆ ଷ୍ଟାର୍

ଭୁବନେଶ୍ୱର: ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଖୋଦ୍ ରାମ ଗୋପାଳ ବର୍ମା ଟ୍ୱିଟ୍ ଏହାର ସୂଚନା ଦେଇଛନ୍ତି। ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି। In the two lead actors from THRILLER […]

author-image
Ranjeet Kumar Jena
ଅପ୍‌ସରାଙ୍କ ପରେ ରାମୁଙ୍କ ଫିଲ୍ମରେ ଆଉଜଣେ ଓଡ଼ିଆ ଷ୍ଟାର୍

ramu

ଭୁବନେଶ୍ୱର: ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ 'ଥ୍ରୀଲର୍'ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଖୋଦ୍ ରାମ ଗୋପାଳ ବର୍ମା ଟ୍ୱିଟ୍ ଏହାର ସୂଚନା ଦେଇଛନ୍ତି। ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି।

Advertisment

https://twitter.com/RGVzoomin/status/1282925017395654662?s=20

ଟ୍ୱିଟରେ ରାମ ଗୋପାଳ ଲେଖିଛନ୍ତି, ପ୍ରଥମତ ଅପସରା ରାଣୀଙ୍କୁ ଧନ୍ୟବାଦ, ଯାହାଙ୍କ ପାଇଁ ମୁଁ ଓଡ଼ିଶାକୁ ଭଲଭାବେ ଜାଣିପାରିଛି। ଏବେ ମୁଁ ଆଉ ଜଣେ ଓଡ଼ିଆ ପ୍ରତିଭାଙ୍କୁ ଆବିଷ୍କାର କରିଛି, ଯାହାଙ୍କ ନାଁ ରକ୍। ସେ ମୋର ପରବର୍ତ୍ତୀ ଫିଲ୍ମ 'ଥ୍ରୀଲର୍'ରେ ଅପସରା ରାଣୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।

https://twitter.com/RGVzoomin/status/1282924033692950528?s=20

https://twitter.com/RGVzoomin/status/1282922480621907968?s=20

ରାମ ଗୋପାଳ ତାଙ୍କର ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ଅପସରା ଓ ରକ୍ କାଚ୍ଚିଙ୍କ ଭଳି ଆହୁରି ଅଧିକ ଅଭିନେତା ଓ ଅଭିନେତ୍ରୀଙ୍କୁ ମୁଁ ଦେଖିବାକୁ ଚାହେଁ। ରାମ ଗୋପାଳ ଅନ୍ୟଏକ ଟ୍ୱିଟରେ ଲେଖିଛନ୍ତି, 'ଥ୍ରୀଲର୍' ଫିଲ୍ମର ଦୁଇ ଲିଡ୍ ଆକ୍ଟର୍ ଅପସରା ରାଣୀ ଓଡ଼ିଶାର ରାଉରକେଲାରୁ ଆସିଥିବା ବେଳେ ରକ୍ ନବରଙ୍ଗପୁରରୁ ଆସିଛନ୍ତି। ରାମୁ ନିଜର ଚତୁର୍ଥ ଓ ପଞ୍ଚମ ଟ୍ୱିଟରେ 'ଥ୍ରୀଲର୍' ଫିଲ୍ମରେ ଅପସରା ରାଣୀ ଓ ରକ୍ କାଚ୍ଚିଙ୍କ କିଛି ଫଟୋ ପୋଷ୍ଟ କରିଛନ୍ତି।

Advertisment

https://twitter.com/RGVzoomin/status/1282943367886729217?s=20

https://twitter.com/RGVzoomin/status/1282959926277533697?s=20

ସୂଚନାଯୋଗ୍ୟ, ଅଙ୍କିତାରୁ ଅପସରା ନାଁରେ ପରିଚିତ ହୋଇଥିବା ଏହି ହିରୋଇନ୍‌ ପୂର୍ବରୁ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କୁହାଯାଉଛି। ବଲାଙ୍ଗିରରେ ଘଟିଥିବା ପାର୍ସଲ୍‌ ବୋମା ଘଟଣାକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। କିନ୍ତୁ ଫିଲ୍ମ ବିରୋଧରେ ମାମଲା ଚାଲିଥିବାରୁ ଏପର୍ଯ୍ୟନ୍ତ ଏହା ପ୍ରେକ୍ଷାଳୟରେ ରିଲିଜ୍‌ ହୋଇପାରି ନାହିଁ। ତାଙ୍କ ପିଲାଦିନ ନୟାଗଡ଼ କଣ୍ଟିଲୋରେ ବିତିଥିଲେ ହେଁ ତାଙ୍କ ମା' ରାଉରକେଲାରୁ ଏବଂ ତାଙ୍କ ବାପା ଭୁବନେଶ୍ୱରର ହୋଇଥିବା ଅପସରା କହିଛନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦରେ ଅଛନ୍ତି।

Advertisment
Advertisment