coronavirus
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। କିଲର କରୋନା ଭାଇରସରେ ଆକ୍ରାନ୍ତ ହୋଇ ବଲିଉଡର ପ୍ରସିଦ୍ଧ ଗାୟକ ୱଜିଦ୍ ଖାନ୍ଙ୍କ ବିୟୋଗ ହୋଇଥିବା ବେଳେ ଏବେ ଟିଭି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ’ର ଅଭିନେତ୍ରୀ ମୋହେନା କୁମାରୀ ଓ ତାଙ୍କର ପରିବାର ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
/odishatv-khabar/media/post_attachments/wp-content/uploads/2020/04/Mohena-Singh-750x429.jpg)
ଖବର ଅନୁଯାୟୀ, ମୋହେନାଙ୍କ ସ୍ୱାମୀ ସୁୟଶ, ତାଙ୍କ ଶ୍ୱଶୁର ସତପାଲ ମହାରାଜା, ବଡ଼ଯା' ଆରାଧ୍ୟା, ତାଙ୍କର ୫ବର୍ଷର ପୁଅ ଶ୍ରେୟାଂଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପରିବାର ସଦସ୍ୟଙ୍କ ବ୍ୟତୀତ ମୋହେନାଙ୍କ ଘରେ କାମ କରୁଥିବା ୧୭ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ। ଏମାନେ ସମସ୍ତେ ଋଷିକେଶ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
/odishatv-khabar/media/post_attachments/wp-content/uploads/2020/05/satpal-maharaj-corona-passitive.jpg)
ଗତ ଶନିବାର ଦିନ ମୋହେନାଙ୍କ ଶାଶୁ ଅମୃତା ରାୱତ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟିମ୍ ମୋହେନାଙ୍କ ପରିବାରର ସମସ୍ତ ସଦସ୍ୟଙ୍କର କରୋନା ପରୀକ୍ଷା କରାଯାଇଥିଲା। ପରିବାର ସଦସ୍ୟ ଓ କର୍ମଚାରୀଙ୍କ ସମେତ ମୋଟ ୪୧ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୨ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
/odishatv-khabar/media/post_attachments/news-picture/33170.jpg)
ମୋହେନା ଗତ ବର୍ଷ ଅକ୍ଟୋବରରେ ହରିଦ୍ୱାର ଠାରେ ସୁୟଶଙ୍କୁ ବିବାହ କରିଥିଲେ। ମୋହେନା ୨୦୧୨ରେ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍‘’ ରିୟାଲିଟି ସୋରେ ଟିଭି ଦୁନିଆରେ ପ୍ରବେଶ କରିଥିଲେ। ଏହାପରେ ସେ ‘ଦିଲ୍ ଦୋସ୍ତି ଡ୍ୟାନ୍ସ’ ଓ ଝଲକ୍ ଦିଖ୍ ଲାଜା’ରେ ମଧ୍ୟ ଦେଖିବାକୁ ମିଳିଥିଲେ।
ନିକଟରେ ତାଙ୍କ ଶ୍ୱଶୁର ତଥା ଉତ୍ତରାଖଣ୍ଡ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ମହାରାଜା ସତପାଲ ସିଂହଙ୍କୁ କରୋନା ଭାଇରସ୍ ହେବା ପରେ ତାଙ୍କର ପରିବାର ବର୍ଗଙ୍କୁ କରୋନା ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ମୋହେନା ତାଙ୍କରି ସାନ ବୋହୂ। ତେବେ ମୋହେନାଙ୍କର ଅନ୍ୟ ଏକ ପରିଚୟ ହେଲା ମଧ୍ୟ ପ୍ରଦେଶ ରିୱାର ରାଜକୁମାରୀ।
/odishatv-khabar/media/post_attachments/sites/default/files/styles/zm_700x400/public/2020/06/02/864366-mohena-kumari-singh.jpg)
/odishatv-khabar/media/post_attachments/wp-content/uploads/2019/10/Mohena-Singh-with-Her-Brother-and-Father.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus_1626696172.jpg)