Advertisment

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରାଜ୍‌ କୌଶଲଙ୍କ ସହ ଫିଲ୍ମ ‘My Brother…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ପରଲୋକ

mandira bedi husband

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରାଜ୍‌ କୌଶଲଙ୍କ ସହ ଫିଲ୍ମ ‘My Brother Nikhil’ ରେ କାମ କରିଥିବା ଫିଲ୍ମ ନିର୍ମାତା ଓନିର, ରାଜ୍‌ଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ‘ବହୁତ ଶୀଘ୍ର ଚାଲିଗଲେ। ଆମେ ଫିଲ୍ମ ନିର୍ମାତା ଓ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କୁ ଆଜି ସକାଳେ ହରାଇଲୁ। ଏହା ଏକ ଦୁଃଖଦ ଖବର। ମୋର ପ୍ରଥମ ଫିଲ୍ମ ‘My Brother Nikhil’ ର ସେ ପ୍ରଡ୍ୟୁସର ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

Advertisment

ଅଭିନେତ୍ରୀ ନେହା ଧୁପିଆ ମଧ୍ୟ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। କିଛିଦିନ ପୂର୍ବେ ରାଜ୍‌ କୌଶଲ ପତ୍ନୀ ମନ୍ଦିରା ଓ କିଛି ବନ୍ଧୁଙ୍କ ସହ ଛୁଟି ବିତାଇଥିଲେ। ନେହା ଧୁପିଆ ମଧ୍ୟ ସେମାନଙ୍କ ସହ ଛୁଟି ବିତାଇଥିଲେ। ଯାହାର ଫଟୋ ନେହା ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିଲେ।

Advertisment

୧୯୯୯ରେ ମନ୍ଦିରା ବେଦୀ ଓ ରାଜ୍‌ କୌଶଲଙ୍କ ବିବାହ ହୋଇଥିଲା। ୨୦୧୧ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ଗତବର୍ଷ ଜୁଲାଇରେ ସେ ୪ ବର୍ଷର ଝିଅକୁ କୋଳେଇ ନେଇଥିଲେ। ଫିଲ୍ମ ପ୍ରଡ୍ୟୁସର ବ୍ୟତୀତ ରାଜ୍‌ କୌଶଲ ଜଣେ ଲେଖକ ଓ ଡାଇରେକ୍ଟର ମଧ୍ୟ ଥିଲେ। ସେ ତାଙ୍କ କ୍ୟାରିୟର କପି ରାଇଟର୍‌ ଭାବେ ଆରମ୍ଭ କରିଥିଲେ। ୧୯୯୮ରେ ସେ ନିଜର ବିଜ୍ଞାପନ ପ୍ରଡକ୍ସନ ଆରମ୍ଭ କରିଥିଲେ ଓ ୮୦୦ରୁ ଅଧିକ ବିଜ୍ଞାପନର ସେ ନିର୍ଦ୍ଦେଶନା ଦେଇଥିଲେ।

Advertisment
Advertisment