Advertisment

ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଧୀରେ ଧୀରେ ଦେଶରେ ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଉଛି। କରୋନା କବଜାରୁ ମୁକୁଳି ପାରୁ ନାହାନ୍ତି ରାଜନେତା, ଅଭିନେତା। ଏବେ ଜଣେ ଟେଲି ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି  ଅଦୀତି ଗୁପ୍ତା । ତାଙ୍କର ରିପୋର୍ଟ ପଜିଟିଭ ଆସିଛି।  ଅଦୀତି ଟେଲିଭିଜନର ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଶେଷ କରି ଷ୍ଟାରପ୍ଲସ୍‌ର ଲୋକପ୍ରିୟ ଶୋ ‘ଇଶ୍କବାଜ୍‌’ରେ […]

author-image
Mahasweta Baral
ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

photo

ନୂଆଦିଲ୍ଲୀ: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଧୀରେ ଧୀରେ ଦେଶରେ ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଉଛି। କରୋନା କବଜାରୁ ମୁକୁଳି ପାରୁ ନାହାନ୍ତି ରାଜନେତା, ଅଭିନେତା।

Advertisment

ଏବେ ଜଣେ ଟେଲି ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି  ଅଦୀତି ଗୁପ୍ତା । ତାଙ୍କର ରିପୋର୍ଟ ପଜିଟିଭ ଆସିଛି।  ଅଦୀତି ଟେଲିଭିଜନର ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଶେଷ କରି ଷ୍ଟାରପ୍ଲସ୍‌ର ଲୋକପ୍ରିୟ ଶୋ ‘ଇଶ୍କବାଜ୍‌’ରେ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ଥିଲେ ।Additi Gupta (Actress) Age, Husband, Family, Biography & More ...

ଅଦୀତି ଗୁପ୍ତା ଏକ ସାକ୍ଷାତକାରରେ କହିଛନ୍ତି,  ମୁଁ କରୋନା ସଂକ୍ରମିତ ବୋଲି ଜାଣିବା ପରେ କ୍ୱାରେଣ୍ଟିନ୍‌ରେ ରହିଛି। ପ୍ରଥମେ ମୁଁ କୌଣସି ଗନ୍ଧ ଜାଣି ପାରୁନଥିଲି। ତା’ପରେ କରୋନା ଟେଷ୍ଟ କରାଇଥିଲି। ରିପୋର୍ଟ ପଜିଟିଭ ଆସିଛି। କରୋନାର କୌଣସି ଲକ୍ଷଣ ନଥିଲା, ତଥାପି ମୁଁ ଏହି ରୋଗରେ ଆକ୍ରାନ୍ତ ହେଲି। ପରେ ମୁଁ  ୭ ରୁ ୮ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଲି।umerfarooq on Twitter:

Advertisment

ଅଦୀତି ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ ‘ମୋର ସ୍ୱାମୀ, ପରିବାର ଓ ବନ୍ଧୁମାନେ ମୋତେ ସମର୍ଥନ କରୁଛନ୍ତି’। ସେମାନେ କ୍ରମାଗତ ଭାବରେ ମୋ ଉପରେ ନଜର ରଖିଛନ୍ତି।  ଆହୁରି ୧୦ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବି। ମୁଁ ଠିକ୍‌ ଭାବେ ମୋର ଯତ୍ନ ନେଉଛି। ମେଡିସନ୍ ମଧ୍ୟ ଠିକ୍‌ ସମୟରେ ଖାଉଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ କରୋନାକୁ ଡରନ୍ତୁ ନାହଁ। ମୋର ଭଲ ଦିନ ଫେରି ଆସୁଛି।

Advertisment
Advertisment