/odishatv-khabar/media/post_attachments/uploadimage/library/16_9/16_9_0/rishi-kapoor_1626691319.jpg)
rishi kapoor
ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି ।
ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , ପୁଣି ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଛି । ଯେଉଁଥି ପାଇଁ ତାଙ୍କୁ ପୁଣି ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଉଲ୍ଲେଖନୀୟ ଯେ, ନିକଟରେ ଅରମାନ ଜୈନଙ୍କର ହୋଇଥିବା ମେହେନ୍ଦୀ ସେରେମନିରେ ବଲିଉଡ୍ର ସମସ୍ତ ବଡ ବଡ଼ ଷ୍ଟାରଙ୍କ ସହ କପୁର ପରିବାରର ସମସ୍ତେ ଉପସ୍ଥିତ ଥିଲେ । କିନ୍ତୁ ରିଷି କପୁର ଓ ନୀତୁ ସିଂହ ନଜର ଆସୁନଥିଲେ । ରଣବୀର ଓ ଆଲିଆ ଭଟ୍ଟ ବି ଉପସ୍ଥିତ ନଥିଲେ । ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ଏହି ୪ ଜଣ କୁଆଡ଼େ ଉଭାନ୍ ହୋଇଯାଇଥ୍ଇଲେ ?
ହେଲେ କେଉଁ କାରଣରୁ ତାଙ୍କୁ ଡାକ୍ତରଖାନା ନିଆ ଯାଇଛି , ଏହି ସୂଚନା ମିଳିପାରିନି । କିନ୍ତୁ କ୍ୟାନସରରୁ ଭଲ ହୋଇ ସେ ମୁମ୍ୱାଇ ଫେରିବା ପରେ ନିଜର କାମ ଆରମ୍ଭ କରିଦେଇଥିଲେ । ସେ ଗତ ବର୍ଷ ରିଲିଜ୍ ହୋଇଥିବା “ ଦ ବଡ଼ି”ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ଇମରାନ୍ ହାସମୀ ମଧ୍ୟ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)