/odishatv-khabar/media/post_attachments/uploadimage/library/16_9/16_9_0/psanapal_1626695898.jpg)
psanapal
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ର ପଙ୍ଗପାଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ବହୁ ପରିମାଣର ପଙ୍ଗପାଳ ଛାତ ଉପରେ ପଡି ଏଣେତେଣେ ଉଡୁଛନ୍ତି। ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ , ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
Be careful ? we have faced it , when I was the student of 10th class . All the students were called to kill them. Please be careful ? pic.twitter.com/OvNn7NLRZb
— Dharmendra Deol (@aapkadharam) May 28, 2020
କରୋନା ଭାଇରସ ଯୋଗୁ ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ଅଧିକ ଥିବା ସମୟରେ ପଙ୍ଗପାଳ ତା’ର ତାଣ୍ଡବ ଦେଖେଇବାରେ ଲାଗିଛି। ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ହରିୟାଣା ପରେ ବର୍ତ୍ତମାନ ମହାରାଷ୍ଟ୍ର, ଉତ୍ତପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳ ଦଳ ବହୁ ପରିମାଣର ଫସଲକୁ ନଷ୍ଟ କରୁଛନ୍ତି।
ଧମେନ୍ଦ୍ର ପଙ୍ଗପାଳଙ୍କ ଭିଡିଓ ସେୟାର କରି ଲେଖିଛନ୍ତି, ‘ସାବଧାନ ରୁହ, ଆମେ ଏହି ସମସ୍ୟାର ସମ୍ମୁଖୀନ ହୋଇଛୁ। ସେହି ସମୟରେ ମୁଁ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲି। ସମସ୍ତ ଛାତ୍ରଙ୍କୁ ଏହାକୁ ମାରିବା ପାଇଁ ଡକାଯାଇଥଲା। ଦୟାକରି ଧ୍ୟାନ ଦିଅନ୍ତୁ। ଏହିପରି ଭାବରେ ଧର୍ମେନ୍ଦ୍ର ତାଙ୍କ ପ୍ରଶଂସକମାନଙ୍କୁ ପଙ୍ଗପାଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି’।
ଏଥି ସହିତ ପଙ୍ଗପାଳ ସମ୍ପର୍କରେ ସରକାର କହିଛନ୍ତି ଯେ ତିନି ଦଶନ୍ଧି ମଧ୍ୟରେ ଏହା ଦେଶର ସବୁଠାରୁ ବଡ଼ ପଙ୍ଗପାଳ ଆକ୍ରମଣ। କୃଷି ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନର ୨୦ଟି ଜିଲ୍ଲା, ମଧ୍ୟପ୍ରଦେଶର ୯ଟ,ଗୁଜୁରାଟର ଦୁଇଟି, ଉତ୍ତରପ୍ରଦେଶ ଓ ପଞ୍ଜାବର ଗୋଟିଏ ଗୋଟିଏ ଜିଲ୍ଲାର ୪୭୦୦୦ହେକ୍ଟରରୁ ଅଧିକ ୩୦୩ଟି ସ୍ଥାନରେ ପଙ୍ଗପାଳଙ୍କୁ ରୋକିବା ପାଇଁ ଔଷଧକୁ ସିଞ୍ଚନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)