Advertisment

କଳାର ୨ଟି ଓ ବାଣିଜ୍ୟର ୪ଟି କଲେଜରେ ଫଳ ଶୂନ

ଭୁବନେଶ୍ୱର : ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ପାରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍‌ ହୋଇଛନ୍ତି। ସେହିପରି ଖୋର୍ଦ୍ଧାର ପ୍ରାଚୀ ଭିନ୍ନକ୍ଷମ ହାୟର ସେକେଣ୍ଡାରୀ ବିଦ୍ୟାଳୟରେ […]

author-image
Pradesh Pratyush
କଳାର ୨ଟି ଓ ବାଣିଜ୍ୟର ୪ଟି କଲେଜରେ ଫଳ ଶୂନ

chse

ଭୁବନେଶ୍ୱର : ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ପାରି ନାହାନ୍ତି।

Advertisment

ଯାଜପୁରର ଆଞ୍ଚଳିକ ମହିଳା ହାୟର ସେକେଣ୍ଡାରୀ ବିଦ୍ୟାଳୟରେ କଳାରେ ୧୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍‌ ହୋଇଛନ୍ତି। ସେହିପରି ଖୋର୍ଦ୍ଧାର ପ୍ରାଚୀ ଭିନ୍ନକ୍ଷମ ହାୟର ସେକେଣ୍ଡାରୀ ବିଦ୍ୟାଳୟରେ ୧୪ ଜଣ ପରୀକ୍ଷା ଦେଇଥିଲେ। ଏଠାରେ ମଧ୍ୟ ସମସ୍ତେ ଫେଲ୍‌ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାର ୩ଟି ବାଣିଜ୍ୟ କଲେଜରେ ରେଜଲ୍ଟ ଶୂନ ହୋଇଥିବା ବେଳେ ମାଲକାନଗିରିରେ ଗୋଟିଏ କଲେଜରେ କେହି ପାସ୍ କରି ନାହାନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ୍‌ରେ ୫ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନେ ସମସ୍ତେ ଫେଲ୍‌ ହୋଇଛନ୍ତି। ସେହିପରି ରମ୍ଭାର ଶ୍ରୀ ଜଗନ୍ନାଥ ହାୟର ସେକେଣ୍ଡାରି ସ୍କୁଲରେ ୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ସମସ୍ତେ ଫେଲ୍‌ ହୋଇଛନ୍ତି। କେପି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେସମସ୍ତେ ଫେଲ୍‌ ହୋଇଛନ୍ତି। ମାଲକାନଗିରି ଶ୍ୟମାପ୍ରସାଦ ସ୍କୁଲରେ ଜଣେ ପିଲା ପରୀକ୍ଷା ଦେଇଥିଲେ ଓ ସେ ଫେଲ୍‌ ହୋଇଛନ୍ତି।

Advertisment

ଅନ୍ୟପକ୍ଷରେ କଳାରେ ୪ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୨୫ଟି ବାଣିଜ୍ୟ କଲେଜରେ ମଧ୍ୟ ସମସ୍ତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।

ମୋଟାମୋଟି ଭାବେ ଏଥର ଉଭୟ କଳା ଓ ବାଣିଜ୍ୟରେ ପାସ୍ ହାର କମିଛି। ଗତବର୍ଷ କଳାରେ ୬୮.୭୯% ପିଲା ପାସ୍ କରିଥିବା ବେଳେ ଏଥର ୬୫.୮୯% ପାସ୍ କରିଛନ୍ତି। ସେହିପରି ବାଣିଜ୍ୟରେ ଗତବର୍ଷ ୭୪.୯୧% ପିଲା ପାସ୍ କରିଥିବା ବେଳେ ଏଥର ୭୦.୨୬% ପାସ୍ କରିଛନ୍ତି।

ସୂଚନାଯୋଗ୍ୟ, ଏଥର ବିଜ୍ଞାନ ପାସ୍ ହାର ବି କମିଥିଲା। ଏଥର ପାସ୍ ହାର ୭୨.୩୩% ରହିଥିଲା, ଯାହା ଗତ ବର୍ଷ ତୁଳନା ୪.୬୫% କମ୍। ବିଜ୍ଞାନରେ ୯ଟି କଲେଜରେ ଫଳାଫଳ ଶୂନ ରହିଥିଲା, ଅର୍ଥାତ୍ ଏଗୁଡ଼ିକରେ କୌଣସି ପିଲା ପାସ୍ କରି ନଥିଲେ।

Advertisment
Advertisment