Advertisment

ବିଜୁଳି ନଥିବା ଘରେ ପାଠ ପଢ଼ି ଓଏଏସ୍‌ ପାଇଲେ ଜନ୍

ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି। ନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍‌ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି […]

author-image
Pradesh Pratyush
ବିଜୁଳି ନଥିବା ଘରେ ପାଠ ପଢ଼ି ଓଏଏସ୍‌ ପାଇଲେ ଜନ୍

OAS3

ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି।

Advertisment

publive-imageନୂଆଣିଆ ଘରେ ପାଠ ପଢ଼ି ସେ ଏବେ ସିଭିଲ୍ ସର୍ଭିସ୍‌ରେ ସଫଳତା ହାସଲ କରିଛନ୍ତି । ଯାହାକୁ ନେଇ ତାଙ୍କ ପରିବାର ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି । ତେବେ ସେ ଆଗକୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

publive-imageସେପଟେ ଜନ୍ ମେଜର୍ ଦଳାଇଙ୍କ ଭଳି ଆଉ ଜଣେ ହେଲେ ଢେଙ୍କାନାଳ କଙ୍କଡାହାଡ ବ୍ଲକ ଝିଲ୍ଲୀ ଗାଁର ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ । ସେ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରି ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଗାଁ ବିଦ୍ୟାଳୟରୁ ପାଠ ପଢ଼ା ଆରମ୍ଭ କରିଥିବା ଶକ୍ତିଶ୍ରୀଙ୍କ ସଫଳତା ପାଇଁ ଗାଁ ସହ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।publive-image

Advertisment

Advertisment
Advertisment