Advertisment

ୟୁପିଏସ୍‌ସି ପରୀକ୍ଷା ଲାଗି ଆଜିଠୁ ଅନ୍‌ଲାଇନ ଆବେଦନ ଆରମ୍ଭ

ନୂଆଦିଲ୍ଲୀ : ସିଭିଲ୍‌ ସର୍ଭିସ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଆଜିଠୁ ଆରମ୍ଭ ହେଉଛି ୟୁପିଏସ୍‌ସି ପରୀକ୍ଷା ପାଇଁ ଆବେଦନ। ପ୍ରଶାସନିକ ସେବା  ଲାଗି  ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ  ଆଜିଠାରୁ ଅନ୍‌ଲାଇନ୍‌ରେ ଫର୍ମ ଉପଲବ୍ଧ ହୋଇଛି। ୟୁପିଏସ୍‌ସିର ଅଫିସିଆଲ୍‌  ୱେବ୍‌ସାଇଟ upsc.gov.in. ରେ ଏହି ଫର୍ମ ଉପଲବ୍ଧ ହେବ।  ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧୀକ ବୟସ ୩୯ ବର୍ଷ ରହିଛି। ପ୍ରିଲିମିନାରୀ ପରୀକ୍ଷାରେ […]

author-image
Pradesh Pratyush
ୟୁପିଏସ୍‌ସି ପରୀକ୍ଷା ଲାଗି ଆଜିଠୁ ଅନ୍‌ଲାଇନ ଆବେଦନ ଆରମ୍ଭ

upsc

ନୂଆଦିଲ୍ଲୀ : ସିଭିଲ୍‌ ସର୍ଭିସ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଆଜିଠୁ ଆରମ୍ଭ ହେଉଛି ୟୁପିଏସ୍‌ସି ପରୀକ୍ଷା ପାଇଁ ଆବେଦନ। ପ୍ରଶାସନିକ ସେବା  ଲାଗି  ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ  ଆଜିଠାରୁ ଅନ୍‌ଲାଇନ୍‌ରେ ଫର୍ମ ଉପଲବ୍ଧ ହୋଇଛି।

Advertisment

ୟୁପିଏସ୍‌ସିର ଅଫିସିଆଲ୍‌  ୱେବ୍‌ସାଇଟ upsc.gov.in. ରେ ଏହି ଫର୍ମ ଉପଲବ୍ଧ ହେବ।  ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧୀକ ବୟସ ୩୯ ବର୍ଷ ରହିଛି।

ପ୍ରିଲିମିନାରୀ ପରୀକ୍ଷାରେ ପେପର-୧ ଓ ପେପର-୨ ଭାବେ ୨ଟି ବିଷୟ ରହିବ । ପେପର-୧ରେ ୪୦୦ ମାର୍କର ଅବ୍‌ଜେକ୍ଟିଭ୍‌ ଓ ମଲଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ।

Advertisment

publive-imageପରୀକ୍ଷାର୍ଥୀମାନେ ଭାରତୀୟ ଅର୍ଥନୀତି, ଇତିହାସ, ଭୂଗୋଳ,  ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଭାରତୀୟ ରାଜନୀତି ଓ ଦେଶ ବିଦେଶ ଉପରେ କରେଣ୍ଟ ଆଫେୟାର୍ସ ଆଦି ବିଭାଗରେ ପ୍ରଶ୍ନର ଉତ୍ତର ଦେବେ। ମାତ୍ର ଗୋଟିଏ ପ୍ରଶ୍ନର ଉତ୍ତର ଭୁଲ୍‌ ହେଲେ ଏଥିପାଇଁ ଉଦ୍ଦିଷ୍ଟ ଥିବା ମାର୍କର ଏକ ତୃତୀୟାଂଶ କଟିଯିବ ବୋଲି ଉଲ୍ଲେଖ ଅଛି। ସେହିପରି ପେପର-୨ରେ ପରୀକ୍ଷାର୍ଥୀମାନେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିବା ଆବଶ୍ୟକ।

ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଏହି ପରୀକ୍ଷାରେ ଆବେଦନ କରିବା ନିମନ୍ତେ ପରୀକ୍ଷାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭର୍ସିଟି କିମ୍ବା ଡିମ୍‌ଡ ୟୁନିଭର୍ସିଟିରୁ ଡ଼ିଗ୍ରୀଧାରୀ ହୋଇଥିବେ।

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପରୀକ୍ଷାର୍ଥୀମାନେ ସର୍ବଭାରତୀୟ ସ୍ତରରେ ଆଇଏଏସ, ଆଇପିଏସ୍ , ଆଇଏଫଏସ୍, ଆଇଆରଏସ୍, ଆଇଆରଟିଏସ୍ ଆଦି ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ ଘୋଷିତ ହେବେ।

Advertisment
Advertisment