/odishatv-khabar/media/post_attachments/uploadimage/library/16_9/16_9_0/ojee_1625941271.jpg)
ojee
ଭୁବନେଶ୍ୱର: ଏମ୍ବିଏ,ଏମ୍ସିଏ, ଏମ୍.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି, ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପରୀକ୍ଷା କରାଯାଉଛି।
ଏମ୍.ପ୍ଲାନ୍, ଏମ୍ସିଏ, ଏମ୍.ଆର୍କ, ଏମ୍.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍ସିଏ ପାଠ୍ୟକ୍ରମ ଲାଗି ଆଜି ୩ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ସରିଥିବା ବେଳେ ଦ୍ୱିତୀୟ ସିଟିଂ ଅପରାହ୍ଣ ୧ଟାରୁ ୩ଟା ଓ ତୃତୀୟ ସିଟିଂ ଅପରାହ୍ନ ସାଢେ ୪ଟା ରୁ ସାଢେ ୬ଟା ଯାଏ ଚାଲିବ।
ସେହିପରି ଆସନ୍ତାକାଲି କେବଳ ଏମ୍ବିଏ ପାଠ୍ୟକ୍ରମ ଲାଗି ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ୫ଟା ଯାଏ ଅନୁଷ୍ଠିତ ହେବ।
ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଏହି ପରୀକ୍ଷା ମେ’ ୧୩ରେ ଅନୁଷ୍ଠିତ ହେବାର ଥିଲା। ତେବେ ବାତ୍ୟା ‘ଫୋନି’ ଯୋଗୁ ପରୀକ୍ଷାକୁ ବାତିଲ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)