/odishatv-khabar/media/post_attachments/uploadimage/library/16_9/16_9_0/tanushree_1626506452.jpg)
tanushree
ମୟୂରଭଞ୍ଜ : ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି ମୟୂରଭଞ୍ଜର ଜଣେ ଚାଷୀ ଘରର ଝିଅ ତନୁଶ୍ରୀ ମହାନ୍ତ। ଚଳିତ ବର୍ଷ +୨ କଳା ପରୀକ୍ଷାରେ 87 ପ୍ରତିଶତ ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି।
Advertisment
ଶ୍ୟାମାଖୁଣ୍ଟା ବ୍ଲକ୍ ଇଟା ମୁଣ୍ଡିଆ ଗାଁର ତନୁଶ୍ରୀ ଏମ୍ପିସି ଜୁନିଅର୍ କଲେଜର ଛାତ୍ରୀ। କଠିନ ପରିଶ୍ରମ, ଶିକ୍ଷକ ଓ ବାପାମାଆଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି ତନୁଶ୍ରୀ। ତନୁଶ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଟପ୍ପର ହୋଇଥିବା କଥା ଜଣା ପଡିବା ପରେ ତାଙ୍କୁ ସାଙ୍ଗସାଥି ତଥା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)