Advertisment

ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ

ବାଲେଶ୍ୱର/ ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ। କଡ଼ାକଡ଼ି ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେନି ଛାତ୍ରଛାତ୍ରୀ। ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ପ୍ରଥମ ବର୍ଷ ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦିଆଯିବ । ପ୍ରଥମ ପରୀକ୍ଷାଟି ଫେବୃଆରୀ ୧୫ରୁ ୨୯ ମଧ୍ୟରେ କରାଯିବ । ଏଥିରେ […]

author-image
Pradesh Pratyush
ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ କରିବା ବାଧ୍ୟତାମୂଳକ

exam

ବାଲେଶ୍ୱର/ ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହେବ। କଡ଼ାକଡ଼ି ପ୍ରଥମ ବର୍ଷ ପରୀକ୍ଷା ପାସ୍ ନକଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେନି ଛାତ୍ରଛାତ୍ରୀ। ଏଭଳି ସଂସ୍କାର ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

Advertisment

ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। ପ୍ରଥମ ବର୍ଷ ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦିଆଯିବ । ପ୍ରଥମ ପରୀକ୍ଷାଟି ଫେବୃଆରୀ ୧୫ରୁ ୨୯ ମଧ୍ୟରେ କରାଯିବ । ଏଥିରେ ପାସ୍ ନକଲେ ମିଳିବ ଦ୍ୱିତୀୟ ସୁଯୋଗ ମେ ମାସ ଶେଷ ସପ୍ତାହରେ ।

ତେବେ ପ୍ରଥମ ସୁଯୋଗରେ ୩୩ ପ୍ରତିଶତ ମାର୍କ ରଖିନଥିବା ପିଲାଙ୍କ ଲାଗି କଲେଜ ତରଫରୁ ରେମେଡିଆଲ୍ କ୍ଲାସ୍ କରାଯିବ। କଲେଜ ଗୁଡ଼ିକ ପ୍ରଥମ ବର୍ଷ ପରୀକ୍ଷାକୁ ଦ୍ୱିତୀୟ ବର୍ଷ ପରୀକ୍ଷା ଢାଞ୍ଚାରେ କରିବେ। ତାସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରେଜଲ୍ଟ ବିଷୟରେ ଅବଗତ କରାଇବେ । ନିର୍ଦ୍ଦେଶାଳୟର କ୍ଲିୟରାନସ୍ ପରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଲାସ୍ ପ୍ରମୋସନ ।

Advertisment

ଯୁକ୍ତ ଦୁଇରେ ପ୍ରଥମ ବର୍ଷ ପରୀକ୍ଷା ବାଧ୍ୟତାମୂଳକ ହେଲେ ରେଜଲଟ୍ ଭଲ ହେବା ସହ ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ ବୋଲି ମତ ରଖିଛନ୍ତି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ ।

ଏହାସହ ୭୫ ପ୍ରତିଶତ ଉପସ୍ଥାନକୁ ମଧ୍ୟ ପରୀକ୍ଷା ଲାଗି ଯାଞ୍ଚ କରାଯିବ। ତେବେ କଲେଜ୍ ଗୁଡିକ ପରୀକ୍ଷା ପରିଚାଳନା କଲେ ତାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବ ବୋଲି କହିଛନ୍ତି ଶିକ୍ଷାବିତ୍।

ଗୋଟିଏ ପରେ ଗୋଟିଏ ସଂସ୍କାରମୂଳକ ପଦକ୍ଷେପ ନେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତେବେ ପ୍ରଥମ ବର୍ଷର ପରୀକ୍ଷାକୁ କାହିଁକି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିବ ନାହିଁ, ତାକୁ ନେଇ ଉଠିଛି  ପ୍ରଶ୍ନ । ସଂସ୍କାର ନାଁରେ ଏହା ପୁରୁଣା ପାଠର ଆଲୋଚନା ହେବନି ତ ?

Advertisment
Advertisment