Advertisment

ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ଓ୍ୱାଚ୍‌ ମନା

ଭୁବନେଶ୍ୱର : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ପରେ ପଶିଲା ଚେତା। ଯୁକ୍ତ ଦୁଇ ପରୀକ୍ଷାରେ ଯେମିତି କିଛି ବି ଅବହେଳା ରହିବ ନାହିଁ ସେନେଇ ତତ୍ପର ହୋଇଛି ପରିଷଦ। ଯୁକ୍ତ ଦୁଇ ପରୀକ୍ଷା ନେଇ ପରିଷଦ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ପରୀକ୍ଷା ହଲ୍‌କୁ ସାଧାରଣ ଘଣ୍ଟା ପିନ୍ଧି ଯାଇପାରିବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। କିନ୍ତୁ ସ୍ମାର୍ଟ ଘଣ୍ଟା ପ୍ରବେଶ […]

author-image
Pradesh Pratyush
ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ଓ୍ୱାଚ୍‌ ମନା

exam

ଭୁବନେଶ୍ୱର : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ପରେ ପଶିଲା ଚେତା। ଯୁକ୍ତ ଦୁଇ ପରୀକ୍ଷାରେ ଯେମିତି କିଛି ବି ଅବହେଳା ରହିବ ନାହିଁ ସେନେଇ ତତ୍ପର ହୋଇଛି ପରିଷଦ। ଯୁକ୍ତ ଦୁଇ ପରୀକ୍ଷା ନେଇ ପରିଷଦ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Advertisment

ପରୀକ୍ଷା ହଲ୍‌କୁ ସାଧାରଣ ଘଣ୍ଟା ପିନ୍ଧି ଯାଇପାରିବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। କିନ୍ତୁ ସ୍ମାର୍ଟ ଘଣ୍ଟା ପ୍ରବେଶ ଉପରେ କଟକଣା ଲଗାଯାଇଛି। ପରୀକ୍ଷା କେନ୍ଦ୍ରରେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ନନେଇ ଜଣେ ପରୀକ୍ଷା ଅଧାରୁ ହଲ୍ ଛାଡ଼ିପାରିବେ। ଟଏଲେଟ୍ ଗଲେ ପ୍ରଶ୍ନପତ୍ରକୁ ପରୀକ୍ଷକଙ୍କୁ ଦେଇ ଯିବେ ପରୀକ୍ଷାର୍ଥୀ। ଟଏଲେଟ୍‌ରେ ୨ ମିନିଟ୍‌ରୁ ଅଧିକ ହେଲେ ନିରୀକ୍ଷକ ଚେକ୍ କରିବେ।

ସକାଳ ୯ଟା ୩୦ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ପରିଷଦର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।  ମାଓ ପ୍ରବଣ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।  କେନ୍ଦ୍ରର ଅଧୀକ୍ଷକଙ୍କ ପାଖରେ ନିରୀକ୍ଷକ ମାନେ ମୋବାଇଲ ଫୋନ ଜିମା ଦେବେ।  ସମୁଦାୟ ୧ହଜାର ୯୧ଟି କେନ୍ଦ୍ରରୁ ୯୩୫ଟି କେନ୍ଦ୍ରରେ ସିସିଟିଭି ଲାଗିଛି। ବାକି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯିବ।

Advertisment

ଆବଶ୍ୟକ ପଡ଼ିଲେ ସିସିଟିଭି ଲାଗିନଥିବା କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଘୋଷଣା କରାଯିବ। ଆସନ୍ତା ୭ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ।  ଏଥର ରାଜ୍ୟରେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Advertisment
Advertisment