/odishatv-khabar/media/post_attachments/uploadimage/library/16_9/16_9_0/eng_1626505726.jpg)
eng
ଭୁବନେଶ୍ୱର : ଏଥର ମାଟ୍ରିକ ପରୀକ୍ଷାରେ ଇଂରାଜୀ ବିଷୟରେ ଫେଲ୍ ହୋଇଛନ୍ତି ପ୍ରାୟ ୬୦ ହଜାରରୁ ଅଧିକ ପିଲା। ୪୦ ହଜାର ଛାତ୍ରଛାତ୍ରୀ ୩୦ରୁ ୩୫ ମାର୍କ ରଖି ଫେଲ୍ ହେଉ ହେଉ ବଞ୍ଚି ଯାଇଛନ୍ତି। ଇଂରାଜୀରେ ୭୩ ପ୍ରତିଶତ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଚିନ୍ତା ବଢିଥିବାବେଳେ ବିଭାଗୀୟ ମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେବେ ବୋଲି କହିଛନ୍ତି। ଆଉ ଇଂରାଜୀରେ ଓଡ଼ିଆ ପିଲାଙ୍କ ଅସଫଳ ହେବା ପଛର କେତେକ କାରଣ ସୁଧାରିବାକୁ ବି ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍।
ସୂଚନା ଅନୁସାରେ, ଏଫ୍ ଗ୍ରେଡ଼ ପାଇଥିବା ୧ଲକ୍ଷ ୨୨ ହଜାର ୬୨ ପିଲାଙ୍କ ମଧ୍ୟରୁ ୭୩ ପ୍ରତିଶତ ପରୀକ୍ଷାର୍ଥୀ ଇଂଲିଶରେ ଅତି ଖରାପ ରେଜଲ୍ଟ କରିଛନ୍ତି ୪୦ ହଜାରରୁ ଅଧିକ ପିଲା। ୩୦ରୁ ୩୫ ଭିତରେ ମାର୍କ ରଖି ଫେଲ୍ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯାହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଥିବାବେଳେ ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।
ତେବେ ମଦର ଟଙ୍ଗ ପରେ ଅଦର ଟଙ୍ଗଭାବେ ପରିଚିତ ଇଂରାଜୀ ବିଷୟରେ ପିଲାଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କାହିଁକି ? ସଠିକ୍ ସିଲାବସର ଅଭାବ ନା ଶିକ୍ଷାଦାନରେ ତ୍ରୁଟି ? ଏହାକୁ ନେଇ କାରଣ ଖୋଜା ଚାଲିଥିବାବେଳେ ଅଭିଜ୍ଞ ଶିକ୍ଷାବିତ୍ଙ୍କ ମତରେ ଇଂଲିଶ୍ ମିଲିଡୟମ୍ ସ୍କୁଲ ଗୁଡ଼ିକ ଭଳି ଓଡ଼ିଆ ମିଡିୟମ୍ ସ୍କୁଲରେ ଇଂଲିଶକୁ ଗୁରୁତ୍ୱ ଦିଆଯାଉ ନାହିଁ। ହାଇସ୍କୁଲମାନଙ୍କରେ ସ୍ୱତନ୍ତ୍ର ଇଂଲିଶ୍ ଶିକ୍ଷକ ନାହାନ୍ତି। ଅଧିକାଂଶ ସ୍କୁଲରେ ଓଡ଼ିଆ, ଇତିହାସ ଏପରିକି ସଂସ୍କୃତ ପଢାଉଥିବା ଶିକ୍ଷକଙ୍କୁ ବି ଇଂଲିଶ୍ ପଢ଼ାଇବାକୁ ପଡୁଛି।
ଅନ୍ୟପଟେ ଶିକ୍ଷକଙ୍କ ଇଂରାଜୀ ଭାଷା ଜ୍ଞାନ ବୃଦ୍ଧି ଲାଗି ପ୍ରଶିକ୍ଷଣ ଇନଷ୍ଟିଚ୍ୟୁଟ୍ ଖୋଲିଥିଲେ ବି ସେଥିରେ ଅଧ୍ୟାପକ ଅଭାବ ଓ ପରିଚାଳନାଗତ ସମସ୍ୟା ରହୁଛି। ତା’ସହ ପିଲାଙ୍କୁ କେବଳ ଲେଖା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଶୁଣିବା ଓ କହିବା ଓ ପଢ଼ାଇବା ଉପରେ ଧ୍ୟାନ ଦିଆଯାଉନଥିବାରୁ ସମସ୍ୟା ସୃଷ୍ଟି ହେଉଛି। ତେବେ ଏଥର ମାଟ୍ରିକ୍ ପରୀକ୍ଷାରେ ହୋଇଥିବା ନୈରାଶ୍ୟଜନକ ଇଂରାଜୀ ବିଷୟ ଫଳାଫଳ ଆଗକୁ ରୋକିବାକୁ କି ପଦକ୍ଷେପ ନେଉଛି ଗଣଶିକ୍ଷା ବିଭାଗ ତାକୁ ନେଇ ଅପେକ୍ଷା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)