/odishatv-khabar/media/post_attachments/uploadimage/library/16_9/16_9_0/exam_1625931324.jpg)
exam
ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ଆଜି ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫ୍ଲାଇନ୍ ଏଣ୍ଟ୍ରାନ୍ସ ହେଉଛି।
Advertisment
ସକାଳ ୯ ଟାରୁ ୧୨ଯାଏ ଗୋଟିଏ ସିଟିଂରେ ବି. ଫାର୍ମ ଏବଂ ୯ଟାରୁ ୧୦ ଯାଏ ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଫାର୍ମ, ଏଣ୍ଟ୍ରି ଟୁ ବି.ଟେକ୍ ପରୀକ୍ଷା ହୋଇଥିଲା।
ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ୪ଟା ଯାଏ ହେବ। ଏଥିରେ ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଟେକ୍ ଫର୍ ଡିପ୍ଲୋମା ଷ୍ଟୁଡେଣ୍ଟସ୍ ପରୀକ୍ଷା ଦେବେ।
Advertisment
ବାତ୍ୟା ଫୋନି ଯୋଗୁ ମେ ୧୨ରେ ହେବାକୁ ଥିବା ଓଜେଇଇକୁ ଘୁଞ୍ଚାଯାଇଥିଲା। ଛାତ୍ରଛାତ୍ରୀଙ୍କ ପୁରୁଣା ଆଡମିଟ୍ କାର୍ଡ ବୈଧ ରହିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)