Advertisment

ଜୁନ୍ ୮ ଓ ୯ରେ ଅନୁଷ୍ଠିତ ହେବ ଓଜେଇଇ ସିବିଟି

ଭୁବନେଶ୍ୱର : ଜୁନ୍ ୮ ଓ ୯ରେ ଅନୁଷ୍ଠିତ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, (OJEE)ର ଅନ୍‌ଲାଇନ୍ ପରୀକ୍ଷା। ପ୍ରଥମ ଥର ପାଇଁ ପିଜି କୋର୍ସ ଲାଗି ଓଜେଇଇ ପକ୍ଷରୁ ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା କରାଯାଉଛି। ଜୁନ୍ ୮ରେ ତିନିଟି ସିଟିଂରେ ଏମ୍.ଟେକ୍, ଏମ୍.ଆର୍କ, ଏମ୍. ଫାର୍ମ, ଏମ୍.ପ୍ଲାନ୍ ଓ ଲାଟେରାଲ୍ ଏଣ୍ଟ୍ରି ଟୁ ଏମ୍‌ସିଏ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁନ୍ ୯ରେ ଦୁଇଟି ସିଟିଂରେ ଏମ୍‌ବିଏ ପରୀକ୍ଷା କରାଯିବ। ମୋଟ୍ ୧୭ ହଜାର […]

author-image
Pradesh Pratyush
ଜୁନ୍ ୮ ଓ ୯ରେ ଅନୁଷ୍ଠିତ ହେବ ଓଜେଇଇ ସିବିଟି

ojee cbt

ଭୁବନେଶ୍ୱର : ଜୁନ୍ ୮ ଓ ୯ରେ ଅନୁଷ୍ଠିତ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, (OJEE)ର ଅନ୍‌ଲାଇନ୍ ପରୀକ୍ଷା। ପ୍ରଥମ ଥର ପାଇଁ ପିଜି କୋର୍ସ ଲାଗି ଓଜେଇଇ ପକ୍ଷରୁ ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା କରାଯାଉଛି।

Advertisment

ଜୁନ୍ ୮ରେ ତିନିଟି ସିଟିଂରେ ଏମ୍.ଟେକ୍, ଏମ୍.ଆର୍କ, ଏମ୍. ଫାର୍ମ, ଏମ୍.ପ୍ଲାନ୍ ଓ ଲାଟେରାଲ୍ ଏଣ୍ଟ୍ରି ଟୁ ଏମ୍‌ସିଏ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁନ୍ ୯ରେ ଦୁଇଟି ସିଟିଂରେ ଏମ୍‌ବିଏ ପରୀକ୍ଷା କରାଯିବ। ମୋଟ୍ ୧୭ ହଜାର ୩୫୫ ଜଣ ପରୀକ୍ଷାର୍ଥୀ ଓଜେଇଇ ଅନ୍‌ଲାଇନ୍ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି।

ଓଡିଶାର ଆଠଟି ସହରର ୨୪ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ବାତ୍ୟା ଫୋନି ଯୋଗୁ ମେ୧୩ରେ ହେବାକୁ ଥିବା ଓଜେଇଇ ଅନଲାଇନ୍ ପରୀକ୍ଷାକୁ ଘୁଞ୍ଚାଯାଇଥିଲା।

Advertisment
Advertisment
Advertisment